ଭୁବନେଶ୍ଵର : ଯାଜପୁର ରୋଡ୍ ଥାନା ମିଲିଟାରୀ ଛକ ନିକଟ ଏକ ପରିତ୍ୟକ୍ତ ଘରୁ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଜଣଙ୍କ ସ୍ଥାନୀୟ ବଜାରରେ ପୂଜା କରୁଥିବା ଜଣେ ପୂଜକ ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ବୃଦ୍ଧଙ୍କ ଗଳା କାଟି ହତ୍ୟା କରାଯାଇଛି । ତେବେ କେଉଁ କାରଣରୁ ତାଙ୍କୁ ହତ୍ୟା କରାଯାଇଛି, ସେନେଇ ପୋଲିସ ତଦନ୍ତ ଆରମ୍ଭ କରିଛି । ହତ୍ୟା ସନ୍ଦେହରେ ପୋଲିସ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ।
Prev Post