ମାଓବାଦୀଙ୍କ ବର୍ବରକାଣ୍ଡ : ଦଶମ ଶ୍ରେଣୀ ଛାତ୍ରଙ୍କୁ ପିଟିପିଟି ହତ୍ୟା

ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ । ପୋଲିସ ଇନ୍‌ଫର୍ମର ସନ୍ଦେହରେ ଦଶମ ଶ୍ରେଣୀ ଛାତ୍ରଙ୍କୁ ପିଟିପିଟି ହତ୍ୟା । ସୁକୁମା ଜିଲ୍ଲାର ଜାଗରକୋଣ୍ଡା ଥାନା ଅନ୍ତର୍ଗତ ପୁବର୍ତ୍ତୀ ଗାଁର ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କୁ ମାଓବାଦୀମାନେ ପିଟିପିଟି ହତ୍ୟା କରିଛନ୍ତି । ମୃତ ଛାତ୍ର ଜଣଙ୍କ ସୋୟାମ ଶଙ୍କର ବୋଲି ଜଣାପଡ଼ିଛି । ପୋଲିସ ଇନ୍‌ଫର୍ମର ସନ୍ଦେହରେ ମାଓବାଦୀମାନେ ସୋୟମଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି । ଗତ ୧୦ ଦିନ ତଳେ ମାଓବାଦୀମାନେ ଶଙ୍କରଙ୍କ ବଡ଼ ଭାଇକୁ ମଧ୍ୟ ଗୋଡାଇ ଗୋଡାଇ ହତ୍ୟା କରିଥିଲେ । ସୁକୁମା ଏସ୍‌ପି କିରଣ ଚୌହାନ ଏନେଇ ସୂଚନା ଦେଇଛନ୍ତି । ଏସ୍‌ପି କହିଛନ୍ତି ଯେ, ସେମାନେ ପୋଲିସ ଇନ୍‌ଫର୍ମର ନଥିଲେ । ବରଂ ଗାଁର ସାଧାରଣ ଆଦିବାସୀ ଥିଲେ । ସେପଟେ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ କସିଂ ଅପ୍‌ରେସନ୍‌ ଜୋରଦାର କରାଯାଇଛି ।

Leave A Reply

Your email address will not be published.