ଜାତୀୟ ରାଜପଥରେ ଯୁବକଙ୍କୁ ଛୁରା ମାଡ଼ : ହତ୍ୟା ସନ୍ଦେହ

ସୋର : ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ତଳନଗର ନିକଟରେ ଜଣେ ଯୁବକଙ୍କୁ ଛୁରା ମାଡ଼ କରାଯାଇଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି । ମୃତ ଯୁବକ ଜଣଙ୍କ ପୁରୀ ଟାଉନ ଥାନା ଗୁଣ୍ଡିଚା ମନ୍ଦିର ଅଂଚଳର ରବିନାରାୟଣ ଗୁଲି ବୋଲି ଜଣାପଡିଛି । ସୂଚନା ଅନୁସାରେ ମୃତ ରବିନାରାୟଣ ଆଜି ରାତିରେ ବାଲେଶ୍ୱରରୁ ଫେରି ଜଣେ ସାଙ୍ଗଙ୍କ ସହ ଏକ ବାଇକ୍‌ ଯୋଗେ ଭଦ୍ରକ ଅଭିମୁଖେ ଯାଉଥିଲେ । ତେବେ ତାଙ୍କ ସହିତ ଆସିଥିବା ଅନ୍ୟ ଜଣେ ଯୁବକ ଓ ବାଇକ୍‌ଟିର କୌଣସି ସନ୍ଧାନ ମିଳିନଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ରବିନାରାୟଣଙ୍କ ପେଟରେ ଛୁରା ମାଡ଼ କରାଯିବାରୁ ତାଙ୍କ ଅନ୍ତବୁଜୁଳା ବାହାରକୁ ବାହାରିଆସିଥିବା ଦେଖିବାକୁ ମିଳିଛି । ଖବର ପାଇ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ରଖିବା ସହିତ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.