ସ୍ତ୍ରୀର ଗଳା କାଟି ହତ୍ୟା କଲା ସ୍ୱାମୀ

ବୌଦ୍ଧ : ସ୍ତ୍ରୀର ଗଳା କାଟି ହତ୍ୟା କଲା ସ୍ୱାମୀ । ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଚାରବାଟି ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଖବର ଅନୁଯାୟୀ, ନୂଆଁଖାଇ ପାଇଁ ଶ୍ୱଶୁର ଘରକୁ ଆସିଥିଲେ ଜ୍ୱାଇଁ । ହେଲେ ସେଠାରେ କୌଣସି କାମକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଯେଉଁଥିରେ ଉତ୍‌କ୍ଷିପ୍ତ ହୋଇ ସ୍ୱାମୀ ଜଣଙ୍କ ସ୍ତ୍ରୀର ଗଳାକାଟି ହତ୍ୟା କରିଥିଲା । ହତ୍ୟାକାଣ୍ଡ ସଂପର୍କରେ ଖବର ପାଇ କଣ୍ଟାମାଳ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି । ହେଲେ ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ସ୍ୱାମୀ ସର୍ବେ ନାୟକ ଘଟଣାସ୍ଥଳରୁ ଫେରାର୍‌ ମାରିଥିବା ଜଣାପଡିଛି ।

Leave A Reply

Your email address will not be published.