om academy

ହାତୀସରା ପୋଖରୀ ପୁନଃଉଦ୍ଧାର କାମରେ ପିସି କାରବାରକୁ ନେଇ ଗାଁରେ ଅସନ୍ତୋଷ

jsm

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଳକ ହାତୀସରା ପଞ୍ଚାୟତ ହାତୀସରା ଗାଁର ସୁରୁ ବନ୍ଧ ମାଟି ଉଦ୍ଧାର କାମରେ ପିସି କାରବାରକୁ ନେଇ ଗାଁରେ ଅସନ୍ତୋଷ ଦେଖାଯାଇଛି । ଦୀର୍ଘ ଦିନ ପରେ ଗ୍ରାମବାସୀଙ୍କ ଦାବୀ କ୍ରମେ ଗାଁର ସୁରୁ ବନ୍ଧର ମାଟି ଉଦ୍ଧାର କରାଯାଇଥିଲା । ଗ୍ରାମ୍ୟ ଉନ୍ନୟନ କମିଟିର ତଦାରଖରେ ମାଟି ଉଦ୍ଧାର କାମ କରିଥିଲେ । ପୋଖରୀ ଖନନରେ ଲୋକମାନେ ଗ୍ରାମ୍ୟ ଉନ୍ନୟନ କମିଟିକୁ ପ୍ରଶଂସା ବି କରିଥିଲେ । ହେଲେ ଗାଁର କିଛି ଲୋକ ମାଟି କାମର ବିଲକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ନାମ ଗୋପନ ରଖି କହିଛନ୍ତି ଯେ, କାମ ଉନ୍ନତମାନର ହୋଇଥିଲେ ମଧ୍ୟ ମାତ୍ର ୧ଲକ୍ଷ ୯୬ ହଜାର ଟଙ୍କାର ବିଲ କରାଯାଇଛି । କାର୍ଯ୍ୟାଦେଶ ହାତୀସରା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନାମରେ ଥିଲା । ଗାଁ ଲୋକଙ୍କ ତଦାରଖରେ ହେଉଥିବାରୁ ଗାଁର ଜନୈକ ବ୍ୟକ୍ତିଙ୍କ ଏକାଉଣ୍ଟରେ ମାତ୍ର ଦୁଇ ଦିନ ତଳେ ୧ଲକ୍ଷ ୬୦ହଜାର ଟଙ୍କା ଜମା କରାଯାଇଛି । ୧ଲକ୍ଷ ୯୬ହଜାର ଟଙ୍କାର ବିଲରେ ୧ଲକ୍ଷ ୬୦ହଜାର ଟଙ୍କା ଜମା କରାଯିବା ବିଷୟରେ ଅନୁଧ୍ୟାନ କରାଯିବରୁ କୁଆଡ଼େ ପ୍ରାୟ ୧୮ ପ୍ରତିଶତ ପିସି କଟାଯାଇଛି ବୋଲି ଜଣାପଡ଼ିଥିଲା । ଗାଁ ଲୋକଙ୍କ ତତ୍ୱାବଧାନରେ କରାଯାଇଥିବା କାମରେ ୧୮ ପ୍ରତିଶତ ପିସି କାଟିବାକୁ ନେଇ ହାତୀସରା ଗାଁରେ ଅସନ୍ତୋଷ ଦେଖାଯାଇଛି । ଏ ସଂକ୍ରାନ୍ତରେ ଇଓଙ୍କୁ ପଚାରିବାରୁ କଟା ଯାଇଥିବା ପିସିକୁ ଅସ୍ୱୀକାର କରିଛନ୍ତି । ସେହିପରି ସରପଞ୍ଚ ମଧ୍ୟ ପିସି ବାବଦରେ କିଛି ଜାଣି ନାହାନ୍ତି ବୋଲି କହିଛନ୍ତି । ସୂଚନା ଯୋଗ୍ୟ ଯେ, ଏହି ହାତୀସରା ଗାଁରେ ନିର୍ମାଣ କରାଯାଇଥିବା ଏକ ମଣ୍ଡପ କାମର ଜନୈକ କନିଷ୍ଠ ଯନ୍ତ୍ରୀ ପିସି କାଟି ରଖିଥିଲେ । ବଲାଙ୍ଗିର ବିଧାୟକଙ୍କୁ ଏ ସଂକ୍ରାନ୍ତରେ ଅଭିଯୋଗ ହେବା ପରେ ବାଧ୍ୟ ହୋଇ ସଂପୃକ୍ତ କନିଷ୍ଠ ଯନ୍ତ୍ରୀ ଚେକ ଆକାରରେ କାମ କରୁଥିବା ଲୋକଙ୍କୁ ଫେରାଇଥିବା ସେହି ସମୟରେ ଦେଓଗାଁ ବ୍ଳକରେ ଚଚ୍ଚାର ବିଷୟ ହୋଇଥିଲା ।

Leave A Reply

Your email address will not be published.