ରାଇକିଆ : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ରଣବା ଅଞ୍ଚଳରେ କିଛି ଦିନ ହେଲା ହାତୀ ଉପଦ୍ରବ ଲାଗି ରହିଛି । ମଙ୍ଗଳବାର ୧୦ରୁ ୧୫ ଟିକିଆ ହାତୀପଲ ରଣବା ପଞ୍ଚାୟତ ବରଦଳୀ ଗ୍ରାମର ସନ୍ତୋଷ ସେଠି ଓ ବାସନ୍ତୀ ବେହେରାଙ୍କ ଘର ଭାଙ୍ଗିବା ସହ ନଡ଼ିଆ ଗଛ ନଷ୍ଟ କରିଛନ୍ତି । ସୂଚନା ମୁତାବକ, ମଙ୍ଗଳବାର ମଧ୍ୟ ରାତ୍ରିରେ ବରଦଳୀ ଗାଁର ହାତୀପଲ ପଶି ଘର ସହ ଆସବାସ ପତ୍ର ନଷ୍ଟ କରି ଦେଇଛନ୍ତି । ଏନେଇ ପରିବାର ଲୋକେ ଏବଂ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି । ଗ୍ରାମବାସୀ ପ୍ରଶାସନକୁ କ୍ଷତିପୂରଣ ଓ ସହଯୋଗ ପାଇଁ ନିବେଦନ କରିଛନ୍ତି । ବନ ବିଭାଗ କର୍ମଚାରୀ ଓ ସ୍ଥାନୀୟ ସରପଞ୍ଚ ବନିତା କୁମାରୀ ମଳିକ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ହାତୀ ଉପଦ୍ରବରୁ ଲୋକଙ୍କୁ ସୁରକ୍ଷା ଦେବାକୁ ବନ ବିଭାଗକୁ ଅନୁରୋଧ କରିଛନ୍ତିି ସରପଞ୍ଚ ।

Prev Post