ମହଖଣ୍ଡ ଜଙ୍ଗଲରେ ହାତୀ ଉପଦ୍ରବ : ଧାନ ଚାଷ ନଷ୍ଟ କରୁଥିବାରୁ ଚାଷୀମାନେ ଅଭିଯୋଗ କଲେ ସ୍ଥାନୀୟ ଜଙ୍ଗଲ ଅଧିକାରୀଙ୍କୁ

ତୁରେକେଲା, (କୈଳାଶ ସଗ୍ରିଆ) : ସାତଦିନ ହେଲା ମହଖଣ୍ଡ ଜଙ୍ଗଲରେ ହାତୀମାନେ ଆସି ଚାଷୀଙ୍କ ଧାନ ଚାଷ ନଷ୍ଟ କରୁଥିବାରୁ ଚାଷୀମାନେ ଜଙ୍ଗଲ ବିଭାଗକୁ ଅଭିଯୋଗ କରିଥିଲେ ସୁଦ୍ଧା ଏଯାଏଁ କିଛି ପଦକ୍ଷେପ ନେଇନଥିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ସୂଚନାଯୋଗ୍ୟ ଯେ, ହାତୀପଲ ବଡବାଙ୍କି ଗ୍ରା.ପ. ଅନ୍ତର୍ଗତ ଚଚରାମୁଣ୍ଡା (ବଡକେନ୍ଦୁ)ଅର୍ଜନି, ସାନବାଙ୍କି, କମେଇମୁଣ୍ଡା ଗ୍ରା.ପ. ଅନ୍ତର୍ଗତ ଗୁଦରାମୁଣ୍ଡା ପହଞ୍ଚି ଚାଷ ଜମିର ଧାନ ସବୁ ଖାଇ କିଛି ବ୍ୟକ୍ତିଙ୍କ ଘର ଭାଙ୍ଗି ନଷ୍ଟକରି ଥିବାର ଦେଖିବାକୁ ମିଳିଛି । ଏନେଇ ଜାମକି ଗାଁର ଚୈତନ୍ୟ ଦାସ ଓ ଗ୍ରାମବାସୀ, ଗୁଦୁରାମୁଣ୍ଡାର ମୁକେଶ ବାଗ ଓ ଗ୍ରାମବାସୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.