ls

ଦନ୍ତା ହାତୀ ଉପଦ୍ରବ : ୧୦ ବସ୍ତାରୁ ଅଧିକ ଧାନ ଖାଇଗଲା

sb

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ତେଲକୋଇରେ ଗତକାଲି ବିଳମ୍ବିତ ରାତିରେ ତେଲକୋଇ ରେଞ୍ଜ ଅଧିନସ୍ଥ ନୂଆଗଡ ଗାଁ ମଣ୍ଡେଇସାହିରେ ଏକ ଦନ୍ତା ହାତୀ ପଶି ଗୁରୁବାରୀ ମୁଣ୍ଡାଙ୍କ ଘର ଭାଙ୍ଗି ୧୦ ବସ୍ତାରୁ ଅଧିକ ଧାନ ଖାଇଯାଇଥିବା ବେଳେ ଅତର୍କିତ ଆକ୍ରମଣ କରିଥିବା ଜଣାପଡିଛି । ଫଳରେ ଗୁରୁବାରୀ ମୁଣ୍ଡାଙ୍କ ପରିବାର ଲୋକ ଭୟରେ ଘରୁ ଦୌଡି ପଳାଇଥିଲେ । ସାହି ଲୋକଙ୍କ ସହାୟତାରେ ହାତୀକୁ ଘଉଡାଇଥିବା ବେଳେ ଗରୁବାରୀ ଗାଈ ଚରାଇ ପରିବାର ପ୍ରତିପୋଷଣ କରୁଥିବାରୁ ତାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ସାହି ଲୋକେ ଦାବୀ କରିଛନ୍ତି ।

pc pk
Leave A Reply

Your email address will not be published.