ସଇଁତଲା, (ଲକ୍ଷ୍ମୀକାନ୍ତ ସାହୁ) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ବେଲଗାଁ ବନାଞ୍ଚଳରେ ଥିବା ୪୧ ଘରିଆ ହାତୀ ମଧ୍ୟରୁ ୨୦ ଘରିଆ ହାତୀ ପଲ ଆତଙ୍କ ସୃଷ୍ଟି କରୁଛନ୍ତି । ହାତୀପଲ ଯୋଗୁଁ ଅମଳ ହୋଇଥିବା ଧାନ, ମୁଗ, କାନ୍ଦୁଲ ଆଦି ବ୍ୟାପକ ଭାବରେ କ୍ଷତି ହୋଇଥିବା ଜଣାପଡ଼ିଛି । ହାତୀ ଗତିବିଧି ଉପରେ ବନ ବିଭାଗ ଦିନରାତି ନଜର ରଖିଥିବା ବେଳେ ଫସଲ ବଞ୍ଚାଇବାକୁ ଯାଇ ଚାଷୀ ଗଛ ଉପରେ ମଞ୍ଚା ବାନ୍ଧି ଶୋଉଥିବା ଦେଖିବାକୁ ମିଳିଛି । ଗତକାଲି ଭୋର୍ରେ ହାତୀପଲ ଶିଶକେଲା ନିକଟରେ ଚାଷୀଙ୍କ ଧାନ ଖାଇବା ପରେ ଦେଢ଼େଲ ଜଙ୍ଗଲରେ ଦିନସାରା ରହିଥିବା ଦେଖିବାକୁ ମିଳିଛି । ଶିଶକେଲା, ନୂଆପଡା, ସିଙ୍ଗବାହାଲି, ଦେଢେଲ ଗାଁରେ ହାତୀ ଆତଙ୍କ ଦେଖା ଦେଇ ଥିବା ବେଳେ ଭୟଭିତ ଅବସ୍ଥାରେ ସ୍ଥାନୀୟ ଲୋକ ରହିଛନ୍ତି । ଚାଷୀଙ୍କ ଧାନ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଚାଷୀ୍ୱାନେ ଅଭିଯୋଗ କରିଛନ୍ତି । ତେବେ ହାତୀ ଗତିବିଧି ଉପରେ ବନ ବିଭାଗର ନଜର ରହିଛି ।