ପୁଣି ଗାଁ ମୁହାଁ ହାତୀପଲ : ଲୋକେ ଆତଙ୍କିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ରେଞ୍ଜ ଯୋଗୀମୁଣ୍ଡା ଅନ୍ତର୍ଗତ ବାଙ୍କିବାହାଲ ନିକଟସ୍ଥ ସଂରକ୍ଷିତ ଜଙ୍ଗଲରୁ ଗତକାଲି ପ୍ରାୟ ୧୫ଟି ହାତୀ ବିଶିଷ୍ଟ ଏକ ହାତୀପଲ ଅସେିଛନ୍ତି । ଜଙ୍ଗଲରୁ ହାତୀପଲ ଆସି ବାଙ୍କୀବାହାଲ, ପାଢେଲ ସର୍କଲର ବାଙ୍କୋଡେ ସଂରକ୍ଷିତ ଜଙ୍ଗଲରେ ରହିଥିବା ବେଳେ ଆଜି ପୁଣି ସକାଳେ ଜଙ୍ଗଲରେ ଆତଂକ ଖେଳାଇଛନ୍ତି । ଗାଁ ମୁଣ୍ଡରେ ହାତୀପଲ ପହଞ୍ଚିବା ପରେ ଗ୍ରାମବାସୀଙ୍କ ମହଲରେ ଭୟର ବାତାବରଣ ଦେଖା ଦେଇଛି । ଖବର ପାଇ ପାଟଣାଗଡ଼ ରେଞ୍ଜରଙ୍କ ନିର୍ଦ୍ଦେଶକ୍ରମେ ପାଢେଲ ସର୍କଲ ଫରେଷ୍ଟର ସତ୍ୟବାନ ମାଝୀ ଲାଠୋର ଫରେଷ୍ଟର, ଧଣ୍ଡାମୁଣ୍ଡା ଫରେଷ୍ଟ ଗାର୍ଡ ସହିତ ପାରାଗାର୍ଡ ଓ ବନ୍ୟପ୍ରାଣୀ ସୁରକ୍ଷା ସ୍କ୍ଵାର୍ଡ୍‌ଙ୍କୁ ନେଇ ଏକ ଟିମ୍‌ ଆଜି ପୁଣି ସକାଳୁ ହାତୀ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ପଶି ହାତୀପଲର ଗତିବିଧି ଦେଖିଥିବା ସୂଚନା ମିଳିଛି । ଫଳରେ ଅଂଚଳବାସୀ ଏବେ ଭୟଭୀତ ହୋଇ ରହିଥିବା ଦେଖିବାକୁ ମିଳିଛି । ଜଙ୍ଗଲ ହ୍ରାସ ପାଇବା ସହିତ ବନ୍ୟପ୍ରାଣୀଙ୍କ ଖାଦ୍ୟ ଅଭାବ ଯୋଗୁଁ ଏଭଳି ହାତୀପଲ ଓ ଅନ୍ୟ ବନ୍ୟପ୍ରାଣୀ ଏବେ ଗାଁ ମୁହାଁ ହେଉଥିବା ଜଣାପଡିଛି । ହାତୀ ପଲ କିଛି ଦିନ ଆଗରୁ ସୁଲିଆ ଜଙ୍ଗଲ ଅଂଚଳରେ ରହୁଥିବା ବେଳେ କେତେ ଜଣ ଲୋକ ହାତୀ ହାବୁଡରେ ପଡି ପ୍ରାଣ ହରାଇଥିବାରୁ ଲୋକେ ଆଗକୁ ପ୍ରାୟ ସମୟରେ ହାତୀପଲ ଓ ଅନ୍ୟାନ୍ୟ ବନ୍ୟପ୍ରାଣୀଙ୍କ ସହିତ ସାମ୍ନାସାମ୍ନୀ ହେବେ ଏଥିରେ ସନ୍ଦେହ ନାହିଁ ବୋଲି ଆଲୋଜନା ହେଉଛି । ହାତୀପଲ ଜଙ୍ଗଲରେ ପଶିବାରୁ ଦିନ ତମାମ ବିଦ୍ୟୁତ କାଟ ଯୋଗୁଁ ଲୋକେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗିଛନ୍ତି । ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହରେ ଜଙ୍ଗଲ ତଳି ଅଞ୍ଚଳ ଗାଁ ଗୁଡ଼ିକରେ ଲୋକମାନେ ଗାଁ ଦାଣ୍ଡରେ ଶୋଉଥିବା ହେତୁ ସେମାନଙ୍କୁ ଦାଣ୍ଡନ ଶୋଇବା ପାଇଁ ଜଙ୍ଗଲ ବିଭାଗ ପକ୍ଷରୁ କୁହାଯାଇଛି । ଡ଼ାକବାଜି ଯନ୍ତ୍ର ଦ୍ୱାରା ଲୋକମାନଙ୍କୁ ସତର୍କ କରାଯାଉଥିବା ଜଣାପଡିଛି ।

Leave A Reply

Your email address will not be published.