ସାନବାଙ୍କିରେ ଦନ୍ତାହାତୀର ଆକ୍ରମଣ : ଘରୁ ଟାଣି ନେଇ ମହିଳାଙ୍କୁ ଦଳି ମାରିଦେଲା ହାତୀ

ତୁରେକେଲା, (ପିତାମ୍ବର ଦୀପ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକର ବଡ଼ବାଙ୍କି ପଂଚାୟତ ଅଧୀନ ସାନବାଙ୍କି ଗାଁରେ ଦନ୍ତାହାତୀ ଆତଙ୍କ । ପୁଣିଥରେ ଜୀବନ ନେଲା ହାତୀ । ବୁଧବାର ରାତିରେ ଜଣେ ମହିଳା ମନ୍ଦାର ପଟେଲଙ୍କୁ ଘରୁ ବାହାର କରି ହାତୀ ଦଳି ମାରିଦେଇଥିବା ଖବର ମିଳିଛି । ସ୍ୱାମୀ ସତ୍ୟାନନ୍ଦ ପଟେଲ, ଶଶୁର ଏବଂ ତିନି ଛୁଆ ଆହତ ହୋଇଛନ୍ତି । ସତ୍ୟାନନ୍ଦ ପଟେଲଙ୍କୁ ହସ୍ପିଟାଲ ନିଆଯାଇଛି । ସ୍ଥାନୀୟ ଲୋକମାନଙ୍କ କ଼ହିବା ଅନୁସାରେ କିଛି ସପ୍ତାହ ଧରି ଏହି ଅଞ୍ଚଳରେ ହାତୀପଲ ବୁଲୁଥିବା, ଘର ଭାଙ୍ଗିବା, ଧାନ ମାଣ୍ଡିଆ ଫସଲ ନଷ୍ଟ କରିବା ଘଟଣା ଲାଗାତାର ଘଟୁଥିଲା । କିନ୍ତୁ ବନ ବିଭାଗ ପକ୍ଷରୁ ହାତୀପଲ ଘୋଉଡାଇବା ପାଇଁ କୌଣସି ପ୍ରଭାବଶାଳୀ ପଦକ୍ଷେପ ନିଆଯାଇନଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି । ଏହି ଘଟଣା ପରେ ଗ୍ରାମରେ ଶୋକ ଏବଂ ଭୟର ପରିବେଶ ସୃଷ୍ଟି ହୋଇଛି । ସ୍ଥାନୀୟଲୋକେ ବନ ବିଭାଗଙ୍କୁ ହାତୀପଲ ନିୟନ୍ତ୍ରଣ ପାଇଁ ତୁରନ୍ତ କଡ଼ା ପଦକ୍ଷେପ ନେବାକୁ ଦାବି କରିଛନ୍ତି । ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି ।

Leave A Reply

Your email address will not be published.