ହାତୀର ମୃତ ଶରୀର ଉଦ୍ଧାର

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅଧିନ ବାଗପୁର ନିକଟରେ ଏକ ଦନ୍ତା ହାତୀର ମୃତ ଶରୀର ଉଦ୍ଧାର ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଆଜି ସକାଳୁ କିଛି ଲୋକ ଦନ୍ତା ହାତୀ ମରି ପଡ଼ିଥିବା ଦେଖି ତୁରନ୍ତ ଜଙ୍ଗଲ ବିଭାଗକୁ ଫୋନ ଯୋଗେ ଖବର ଜଣାଇଥିଲେ । ଖବରପାଇ ବନ ବିଭାଗ କର୍ମଚାରୀ ପହଂଚି ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି । ତଦନ୍ତ ପରେ ଦନ୍ତା ହାତୀର ମୃତ୍ୟୁ ପଛରେ ଥିବା ପ୍ରକୃତ କାରଣ ଜଣାପଡ଼ିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.