oom

ହାତୀ ସୁରକ୍ଷା ସାଥି ପ୍ରଶିକ୍ଷଣ କାର୍ଯ୍ୟକ୍ରମ

jsmm

ମୁନିଗୁଡ଼ା, (ରମାକାନ୍ତ ପଡ଼ାଲ) : ରାୟଗଡ଼ା ବନଖଣ୍ଡ ପକ୍ଷରୁ ବନଖଣ୍ଡ ସ୍ତରୀୟ ହାତୀ ସୁରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋିଯାଇଛି । ମୁନିଗୁଡ଼ା ବନ୍ୟାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କେଶୀଙ୍ଗପୂର୍, ମୁନିଗୁଡା, ଗୁଡ଼ାରୀ ରେଞ୍ଜ ଓ ଅନ୍ୟୃ ବିଭିନ୍ନ ରେଞ୍ଜରୁ ଗଜ ସାଥୀମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଦିନକୁ ଦିନ ଜଙ୍ଗଲ ନଷ୍ଟ ହେଉଥିବା ବେଳେ ଜଙ୍ଗଲ ଜନ୍ତୁ ସହର ମୁହାଁ ହେଉଛନ୍ତି ଏବଂ ଉଭୟ ବନ୍ୟଜନ୍ତୁ ଓ ଲୋକମାନଙ୍କ ଜୀବନ ବିପଦପୂର୍ଣ୍ଣ ରହୁଛି । ବିଶେଷ କରି ଜଂଗଲୀ ହାତୀମାନଙ୍କ ଦ୍ଵାରା ସମସ୍ତ ଅଞ୍ଚଳରେ ଧନ ଜୀବନ ନଷ୍ଟ ହେଉଥିବା ବେଳେ ହାତୀ ଆକ୍ରମଣରେ ମଧ୍ୟ ଅନେକ ଲୋକଙ୍କ ଜୀବନ ଯାଉଛି ତେଣୁ ହାତୀମାନଙ୍କ ଗତି ବିଧିକୁ ଲକ୍ଷ୍ୟକରି ସେମାନଙ୍କ ସୁରକ୍ଷା ସହିତ ସାଧାରଣ ଲୋକମାନଙ୍କ ଧନ ଜୀବନ କିପରି ରକ୍ଷା ହୋଇପାରିବ ତାହା ଏହି କାର୍ଯ୍ୟକ୍ରମରେ ଅତିଥିମାନେ ପ୍ରଶିକ୍ଷଣ ଦେଇଥିଲେ ।।

jittmm
Leave A Reply

Your email address will not be published.