ବିଦ୍ୟୁତ ତାର ସଂସ୍ପର୍ଶରେ ମାଈ ହାତୀର ମୃତ୍ୟୁ

ରେଢ଼ାଖୋଲ : ଚାଲିଗଲା ମାଈ ହାତୀର ଜୀବନ । ରେଢ଼ାଖୋଲ ଡିଭିଜନ, ନାକଟିଦେଉଳ ରେଞ୍ଜର ଏକ ଜଙ୍ଗଲରେ ଏହିଭଳି ଅଭାବନୀୟ ଘଟଣା ଘଟିଛି। ଚରତାପଶି ଗାଁ ନିକଟ ଜଙ୍ଗଲରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଏକ ମାଈ ହାତୀର ପ୍ରାଣହାନି ଘଟିଛି। ହାତୀର ମୃତଦେହ ଉଦ୍ଧାର କରିଛି ବନବିଭାଗ । ଏହାର ବୟସ ୨୦ରୁ ୨୨ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ଜଙ୍ଗଲରେ ଯାଇଥିବା ୧୧ କେ.ଭି ତାର ତଳକୁ ଖସି ରହିଥିବାରୁ ହାତୀର ଶୁଣ୍ଢ ବାଜି ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିବା କୁହାଯାଉଛି । ଖବର ପାଇ ବନବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଉଭୟ ବନବିଭାଗ ଓ ବିଦ୍ୟୁତ ବିଭାଗର ଅବହେଳା ଯୋଗୁଁ ଆଜି ଏହି ହାତୀର ମୃତ୍ୟୁ ଘଟିଥିବାର ଅଭିଯୋଗ ହୋଇଛି । ଏହାନେଇ ଘଟଣାର ତଦନ୍ତ କରାଯିବ ବୋଲି ଡିଏଫଓ କହିଛନ୍ତି ।

Leave A Reply

Your email address will not be published.