ନୀଳଗିରି : କିଛିଦିନ ଧରି କୁଳଡିହା ଅଭୟାରଣ୍ୟରେ ନିଆଁ ଲାଗିଥିବାରୁ ଏବେ ବନ୍ୟଜନ୍ତୁ ଗାଁ ମୁହାଁ ହୋଇଛନ୍ତି । ଶନିବାର ରାତିରେ ଏକ ଦନ୍ତା ପଞ୍ଚଲିଙ୍ଗେଶ୍ୱର ଅଞ୍ଚଳରେ ଜନବସତି ଆଡକୁ ଆସିଥିବା ବେଳେ ଅଞ୍ଚଳବାସୀ ଆତଙ୍କିତ ହୋଇ ପଡ଼ିଥିଲେ । ପରେ ହାତୀଟିକୁ ଅଞ୍ଚଳବାସୀ ଘଉଡାଇବା ପରେ ରବିବାର ସକାଳେ ପଞ୍ଚଲିଙ୍ଗେଶ୍ୱର ଅଞ୍ଚଳରେ ଥିବା ବସ ଷ୍ଟାଣ୍ଡ ଦେଇ ବହୁ ସମୟ ପର୍ଯ୍ୟନ୍ତ ଘୁରି ବୁଲୁଥିଲା । ହାତୀଟି ଜଙ୍ଗଲ ନିଆଁ ଭୟରେ ଗାଁଆଡକୁ ଆସିଥିବା ଜଣାପଡିଛି । ଅଞ୍ଚଳବାସୀ ଘଉଡାଇବା ପରେ ହାତୀଟି ପୁଣି ଜଙ୍ଗଲ ଭିତରକୁ ପଶିଥିବା ଜଣାପଡିଛି ।