oum

ବିଲକୁ ପାଣି ମଡ଼ାଇବାକୁ ଯାଇ ହାତୀ ଆକ୍ରମଣରେ ତିନି ଜଣ ଆହତ

jsm

ଚମ୍ପୁଆ : ବିଲକୁ ପାଣି ମଡ଼ାଇବାକୁ ଯାଇ ହାତୀ ଆକ୍ରମଣରେ ତିନି ଜଣ ଆହତ ହୋଇଥିବା ଜଣାପଡ଼ିଛି । ଚମ୍ପୁଆ ରେଞ୍ଜ ଉଖୁଣ୍ଡା ସେକ୍ସନ ଅନ୍ତର୍ଗତ କାଟୁଳିକନା ଗ୍ରାମରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି । ଗତକାଲି ରାତିରେ ବିଲକୁ ପାଣି ମଡ଼ାଇବାକୁ ଯାଇଥିବା ବେଳେ ଏକ ଗୋଠ ଛଡ଼ା ଦନ୍ତା ଆକ୍ରମଣ କରିବାରୁ କାଟୁଳିକନା ଗ୍ରାମର ନବୀନ ମୁଣ୍ଡା, ଗୋବିନ୍ଦ ମୁଣ୍ଡା ଓ ରୋହିତ ମୁଣ୍ଡା ଆହତ ହୋଇଛନ୍ତି ।

୩ ଜଣଙ୍କୁ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ପରବର୍ତ୍ତୀ ସମୟରେ ରୋହିତ ମୁଣ୍ଡାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ରାତି ପ୍ରାୟ ୧୨ଟା ସମୟରେ ଏହି ଘଟଣା ଘଟିଥିବା ବେଳେ ବନ ବିଭାଗ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିଥିଲା ।

Leave A Reply

Your email address will not be published.