ଯୁବକକୁ ଉଦ୍ଧାର କରିବାକୁ ଯାଇ କୋମନା ପୋଲିସ ହଟହଟା

ନୂଆପଡା, (ନିରାକାର ମେହେର) : ଯୁବକକୁ ଉଦ୍ଧାର କରିବାକୁ ଯାଇ କୋମନା ପୋଲିସ ହଟହଟା । ଏହା କୋମନା ଥାନା ରଜନା ଗାଁର ଘଟଣା । ସୂଚନା ଅନୁସାରେ ରଜନାଠାରେ ସୋମବାର ସାପ୍ତାହିକ ବଜାର ଥିବା ବେଳେ ଖରିଆର ଅଞ୍ଚଳର ଜଣେ ଯୁବକ ଏକ ବାଇକକୁ ଚୋରୀ ଉଦ୍ୟମ କରୁଥିବା ଦେଖି ଲୋକେ ଚୋରକୁ ଧରି ମାଡ ମାରିଥିଲେ । ଯୁବକର ଜୀବନ ବଞ୍ଚାଇବା ପାଇଁ ସ୍ଥାନୀୟ ପଞ୍ଚାୟତର ଏକ କୋଠରୀରେ ବନ୍ଦ କରି ପୋଲିସକୁ ଖବର କରିଥିଲେ କିଛି ଯୁବକ । ପୋଲିସ ପହଞ୍ଚି ଯବକକୁ ଉଦ୍ଧାର କରି ଥାନାକୁ ଆଣିବା ସମୟରେ ଲୋକେ ପୋଲିସ ଗାଡିକୁ ଛାଡି ନଥିଲେ । ଚୋରକୁ ଆମେ ଦଣ୍ଡ ଦେବୁ ତାକୁ ଛଡାଯାଉ ବୋଲି କୁଆଡେ ଅଡି ବସିଥିଲେ । ପରେ ଲୋକଙ୍କୁ ବୁଝାସୁଝା କରି ସେଠାରୁ ଯୁବକଙ୍କୁ ଉଦ୍ଧାର କରାଯାଇ ପାରିଥିବା ବେଳେ ସେ ସୁସ୍ଥ ଥିବା ଜଣା ପଡିଛି ।

Leave A Reply

Your email address will not be published.

error: Content is protected !!