ନିଖୋଜ ସୁନା ବ୍ୟବସାୟୀର ହତ୍ୟା ଘଟଣାକୁ ୨୩ ଦିନ ପୂରିବା ପରେ ବି ପୁଲିସ ହାତ ଖାଲି : ମୃତକଙ୍କ ପରିବାରବର୍ଗଙ୍କୁ ଭେଟିଲେ ବଲାଙ୍ଗିର ବିଧାୟକ, ପୁଲିସ ବିରୁଦ୍ଧରେ ଆନ୍ଦୋଳନ ପାଇଁ ଗ୍ରାମବାସୀଙ୍କ ସଜବାଜ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଥାନା ହାତୀସରା ଗାଁର ସୁନା ବ୍ୟବସାୟୀ ଗତ ମାସ ୫ ତାରିଖ ନିଖୋଜ ହୋଇଥିବା ବେଳେ ତାର ଠିକ ୧୭ ଦିନ ପରେ ଜଙ୍ଗଲରୁ ତା‌ଙ୍କ ମୃତ ଦେହ ମିଳିବାର ପ୍ରାୟ ୨୫ ଦିନ ହୋଇଥିଲେ ମଧ୍ୟ ପୋଲିସ ହତ୍ୟାକାରୀକୁ ଗିରଫ କରି ନପାରି କେବଳ ହତ୍ୟା ମାଲଲା ରୁଜୁ କରି ତଦନ୍ତ ନାଁରେ ଦିନ ଗଡ଼ାଉଥିବାରୁ ପରିବାର ଲୋକେ ବଲାଙ୍ଗିର ବିଧାୟକଙ୍କ ଦ୍ବାରସ୍ଥ ହୋଇଥିଲେ । ଏନେଇ ମଙ୍ଗଲବାର ମଧ୍ୟାହ୍ନରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ମୃତ ସୁନା ବ୍ୟବସାୟୀଙ୍କ ଘରକୁ ଯାଇ ପରିବାର ବର୍ଗଙ୍କୁ ଭେଟିଥିଲେ । ଏହି ହତ୍ୟାକାଣ୍ଡକୁ ନେଇ ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ସରକାରଙ୍କ ଠାରେ ଦାବୀ କରାଯିବ ବୋଲି ପରିବାରବର୍ଗଙ୍କୁ କହି ସାନ୍ତ୍ୱନା ଦେଇଥିଲେ । ଶ୍ରୀ ମିଶ୍ର କହିଛନ୍ତି ଯେ, ଗତ ୯ ମାସ ତଳେ ସିଲେଟକାନୀର ନିଖୋଜ ହୋଇଥିବା ଶିଶୁର ନରକଙ୍କାଳ ମିଳିଥିଲା । ହେଲେ ଆଜି ପର୍ୟ୍ୟନ୍ତ ପୁଲିସ ହତ୍ୟାକାରୀକୁ ଚିହ୍ନଟ କରି ପାରିନି । କଥା ଯାଇ ବିଧାନସଭାରେ ମଧ୍ୟ ଉଠିଥିଲା । ସୁନା ବ୍ୟବସାୟୀ ନିଖୋଜ ହେବା ଦିନରୁ ପୁଲିସକୁ ମୁଁ ନିଜେ ଫୋନ କରିଥି‌ଲି, ହେଲେ ୨ଟି ଯାକ ଘଟଣାକୁ ତଦନ୍ତ ନାଁରେ ଦିନ ଗଡ଼ାଉଛି ବୋଲି କହିଛନ୍ତି । ପୁଲିସ ୨ଟି ଘଟଣାର ପର୍ଦାଫାସ ଶୀଘ୍ର ନ କଲେ ପୁଲିସ ବିରୁଦ୍ଧରେ ଏକ ବଡ଼ ଧରଣର ଆନ୍ଦୋଳନ ହେବ ବୋଲି ହାତୀସରା ଓ ସିଲେଟକାନୀ ଗାଁର ଲୋକେ କହିଛନ୍ତି ।

Leave A Reply

Your email address will not be published.