ସ୍ତ୍ରୀକୁ ସନ୍ଦେହ କରି ବିଚ୍ ବଜାରରେ ନିଜ ହାତ କାଟିଦେଲା ସ୍ୱାମୀ

ଢେଙ୍କାନାଳ : ସ୍ୱାମୀ ସ୍ତ୍ରୀ‌ଙ୍କ କଳହ ଏମିତି ଏକ ମୋଡରେ ଆସି ପହ‌ଞ୍ଚିଲା ଶେଷରେ ସ୍ତ୍ରୀକୁ ସନ୍ଦେହ କରି ବିଚ୍ ବଜାରରେ ନିଜ ହାତ କାଟିଦେଲା ସ୍ୱାମୀ ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, ଆଜି ଦିନ ୧୧ଟା ସମୟରେ ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ ବସ୍ ଷ୍ଟାଣ୍ଡ ନିକଟରେ ସ୍ତ୍ରୀ ସହିତ ଝଗଡା କରି ସ୍ଵାମୀ ଜଣକ ରାସ୍ତା କଡରେ ପଡିଥିବା ଏକ ଭଙ୍ଗା କାଚ ବୋତଲରେ ନିଜ ହାତ କାଟି ପକାଇଥିଲା । ତେବେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଦୁଇ ଜଣ ଯୁବକ-ଯୁବତୀ ରାସ୍ତା ଉପରେ ପାଟିତୁଣ୍ଡ କରୁଥିଲେ । ହଠାତ୍‌ ଯୁବକ ଜଣକ ରାସ୍ତା କଡ଼ରେ ପଡ଼ିଥିବା କାଚକୁ ଆଣି ନିଜ ହାତକୁ କାଟି ଦେଇଥିଲେ । ଫଳରେ ତାଙ୍କ ହାତରୁ ରକ୍ତ ବୋହିବାକୁ ଲାଗିଥିଲା। ପରେ ସ୍ଥାନୀୟ ଲୋକେ ତାଙ୍କୁ ରକ୍ଷା କରି ପୁଲିସକୁ ଖବର ଦେଇଥିଲେ । ପୁଲିସ ଆସି ଉଭୟଙ୍କୁ ଥାନାକୁ ନେଇଥିଲା । ତେବେ ଉଭୟ‌ଙ୍କ ଘର ସଦର ଥାନା ଅନ୍ତର୍ଗତ ବେଶାଳିଆ ଗାଁରେ । ଏମାନେ ୪ବର୍ଷ ତଳେ ପ୍ରେମ ବିବାହ କରିଥିଲେ ଏବଂ ଭୟଙ୍କର ଜଣେ ୩ ବର୍ଷର ଝିଅ ଅଛି ବୋଲି ଜଣାପଡିଛି ।

Leave A Reply

Your email address will not be published.