ବିଶ୍ୱ ହାତଧୁଆ ଦିବସ ପାଳିତ

ଉଲୁଣ୍ଡା, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଜୁନିଅର ରେଡକ୍ରସ ତରଫରୁ ବିଭିନ୍ନ ସ୍କୁଲରେ ଗତକାଲି ବିଶ୍ୱ ହାତଧୁଆ ଦିବସ ପାଳିତ ହୋଇଯାଇଛି । ଏହିକ୍ରମରେ ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କାଇରାଝୁଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ପ୍ରଧାନଶିକ୍ଷକ ଜନାର୍ଦ୍ଦନ ସାହୁଙ୍କ ନେତୃତ୍ୱରେ ଜୁନିଅର ରେଡକ୍ରସ ତରଫରୁ ହାତଧୁଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଜୁନିଅର ରେଡକ୍ରସ ପରାମର୍ଶଦାତା ଜୁନିଅର ଛାତ୍ରଛାତ୍ରୀମାନଙ୍କୁ ହାତ ଧୋଇବାର ୬ ଗୋଟି ପ୍ରଣାଳୀ ବିଷୟରେ ତାଲିମ ଦେଇଥିଲେ ଏବଂ ନିଜ ନିଜ ଘରେ ପରିବାର ସଦସ୍ୟଙ୍କୁ ମଧ୍ୟ ଶିଖାଇବବାକୁ ମାର୍ଗଦର୍ଶନ କରିଥିଲେ । ସରକାରଙ୍କ କୋଭିଡ-୧୯ ମାର୍ଗଦର୍ଶିକା ଅନୁସାରେ ଆମେ ସମସ୍ତେ ବାରମ୍ବାର ହାତକୁ ୩୦ରୁ ୪୦ ସେକେଣ୍ଡ ପର୍ଯ୍ୟନ୍ତ ହାତ ଧୋଇବାର ପ୍ରକ୍ରିୟାକୁ ଘରେ ଘରେ ପ୍ରଚାର ପ୍ରସାର କଲେ କରୋନାକୁ ସଂପୁର୍ଣ୍ଣ ହରାଯାଇପାରିବ ବୋଲି ଆଂଚଳିକ ସାଧନକର୍ମୀ ଦାଶରଥି ନାଏକ ମତପ୍ରକାଶ କରିଥିଲେ । ହାତଧୁଆ କାର୍ଯ୍ୟକ୍ରମରେ ଅବିଭାବକମାନେ ମଧ୍ୟ ସାମିଲ ହୋଇ ହାତଧୁଆର ଉପଯୁକ୍ତ ପ୍ରଣାଳୀ ଶିଖିଥିଲେ । ସହକାରୀ ଶିକ୍ଷକ କିଶୋର ସାହୁ ସ୍ୱାଗତ ଅଭିଭାଷଣ ଦେଇଥିବା ବେଳେ ଜୁନିଅର ରେଡକ୍ରସ ୟୁନିଟର ସଦସ୍ୟ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.