ତିଥି ଭୋଜନ ଓ କୃତ୍ରିମ ହାଟ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ଡୁମ୍ଵେରବାହାଲ ଗ୍ରାମର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସ୍ଵତନ୍ତ୍ର ଅଭିଭାବକ ଶିକ୍ଷକ ବୈଠକ (ପିଟିଏ) ଅବସରରେ ତିଥି ଭୋଜନ ଓ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା କୃତ୍ରିମ ହାଟ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷକ ହୃଷିକେଶ ବାଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପିଟିଏ ବୈଠକରେ ବ୍ଲକ ଶିକ୍ଷା ଅଧିକାରୀ ଅଦନ ସୁନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅବସରପ୍ରାପ୍ତ ଏବିଇଓ ଧଲେନ୍ଦ୍ର ବାରିକ, ଗାୟତ୍ରୀ ପରିବାର ଶାନ୍ତିକୁଞ୍ଜ ପ୍ରତିନିଧି ପ୍ରମୋଦ ଭୋଇ, ସିଆର୍‌ସିସି ବସୁଦେବ କୁମ୍ଭାର, ସନ୍ତୋଷ ମେହେର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପିଲାମାନଙ୍କ ଶିକ୍ଷାର ଗୁରୁତ୍ୱ ଓ ମାତାପିତାଙ୍କ ଦାୟିତ୍ଵ ସମ୍ପର୍କରେ ଆଲୋକପାତ କରିଥିଲେ । ଛାତ୍ରଛାତ୍ରୀଙ୍କ କୃତ୍ରିମ ହାଟରେ ବିଭିନ୍ନ ପନିପରିବା, ଘରେ ତିଆରି ହୋଇଥିବା ବିଭିନ୍ନ ପିଠା, ଜଳଖିଆ ଓ ମିଷ୍ଠାନ୍ନ ଛାତ୍ରଛାତ୍ରୀମାନେ ବିକ୍ରି କରିଥିଲେ । ଏହାକୁ ଅତିଥି, ଅବିଭାବକ, ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ଆଗ୍ରହର ସହିତ କ୍ରୟ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆଖପାଖ ସ୍କୁଲରୁ ବହୁ ଶିକ୍ଷକ ମଧ୍ୟ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ସଫଳ କରିବାରେ ସ୍କୁଲର ସହକାରୀ ଶିକ୍ଷକ ଶେଷରେ ସମସ୍ତଙ୍କୁ ପୁଷ୍ଟିକର ଭୋଜନ (ତିଥି ଭୋଜନ)ରେ ଆପ୍ୟାୟିତ କରାଯାଇଥିଲା ।

Leave A Reply

Your email address will not be published.