ବାଉଁଶ ହସ୍ତଶିଳ୍ପ ବିକାଶ ପୁଞ୍ଜ ଗଠନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡିଶା ବାଉଁଶ ଉନ୍ନୟନ ସଂସ୍ଥାର ୭୨୧.୩୦ ଲକ୍ଷ ଟଙ୍କାର ଆର୍ଥିକ ସହଯୋଗରେ ବାଉଁଶ ହସ୍ତଶିଳ୍ପ ବିକାଶ ପୁଞ୍ଜ ଗଠନ କରାଯାଇଛି । ଏହି ହସ୍ତଶିଳ୍ପର ଅଧିକ ବିକାଶ ନିମନ୍ତେ ଗତକାଲି ହସ୍ତ ଓ କୁଟୀର ଶିଳ୍ପ ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ବାଉଁଶ ଉନ୍ନୟନ ସଂସ୍ଥା ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀମତୀ ପଦ୍ମିନୀ ଦିଆନ୍ ତଥା ବିଭାଗର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତ ଥିଲେ । ହସ୍ତଶିଳ୍ପ ପୁଞ୍ଜରେ ସାଧାରଣ ସୁବିଧା କେନ୍ଦ୍ର ନିର୍ମାଣ, ଆଧୁନିକ ଯନ୍ତ୍ରପାତି ଦ୍ୱାରା ବାଉଁଶ ପ୍ରକ୍ରିୟାକରଣ ଓ କାରିଗରମାନଙ୍କ ଦକ୍ଷତା ବୃଦ୍ଧି କରାଯିବ । ଗ୍ରାମାଞ୍ଚଳରେ ହାଟ ଓ ବାଉଁଶ ବଜାର ପ୍ରତିଷ୍ଠା କରାଯାଇ ବଜାର ସହାୟତା ପ୍ରଦାନ କରାଯିବ । ସିଡାକ୍ ଠାରେ ଏକ ବଜାର ସହାୟତା ତଥା ସାମ୍ପଲ୍ ବିକାଶ କେନ୍ଦ୍ର ଖୋଲାଯାଇ କାରିଗରମାନଙ୍କୁ ବିକ୍ରିବଟା ଜନିତ ସହାୟତା ପ୍ରଦାନ କରାଯିବ । ଏହି ସୂଚନା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ୱିଟର୍‌ ମାଧ୍ୟମରେ ପ୍ରଦାନ କରାଯାଇଛି ।

Leave A Reply

Your email address will not be published.