jayashree

କେନାଲ ପାଣିରୁ ହରିଣ ଉଦ୍ଧାର

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବନାଞ୍ଚଳ ଅଧିନସ୍ଥ କ୍ଷୀରପୁର ଗ୍ରାମରେ ଆଜି ଅପରାହ୍ନରେ ଏକ ହରିଣ ଶୋଷରେ ଜଙ୍ଗଲରୁ ପାଣି ପିଇବା ଉଦ୍ଦେଶ୍ୟରେ କେନାଲକୁ ଆସିଥିବା ବେଳେ କୁକୁରମାନେ ଦୌଡାଇବାରୁ ଜୀବନ ବିକଳରେ ହରିଣ ଟି କେନାଲ ପାଣିକୁ ଡେଇଁ ପଡିଥିଲା । ଏ ଦୃଶ୍ୟକୁ କ୍ଷୀରପୁର ଗ୍ରାମର ଯୁବକମାନେ ଦେଖି ପ୍ରଥମେ ବନ ବିଭାଗକୁ ଖବର ଦେଇ ଥିଲେ ହେଁ ବିଳମ୍ବ ଯାଏଁ କୋୖଣସି ବନବିଭାଗ ଅଧିକାରୀ ଘଟଣା ସ୍ଥଳରେ ନ ପହଞ୍ଚି ବାରୁ କାଳେ ପାଣି ଭିତରେ ହରିଣଟି ମରି ଯିବ ଭାବି ଗ୍ରାମର ଯୁବକ ମାନେ ଏକତ୍ରିତ ହୋଇ କେନାଲ ପାଣିରେ ଭାଶୁଥିବା ହରିଣକୁ ଉଦ୍ଧାର କରି ଜଙ୍ଗଲରେ ଛାଡି ଦେଇଥିଲେ । ଏହି ଯୁବକମାନଙ୍କ ପାଇଁ ଆଜି ଗୋଟିଏ ନିରୀହ ହରିଣର ଜୀବନ ବଞ୍ଚି ଯାଇଛି । ଯାହାକୁ ଅଞ୍ଚଳ ବାସିନ୍ଦା ଖୁବ୍ ପ୍ରଶ୍ନସା କରିଛନ୍ତି ।

Leave A Reply

Your email address will not be published.