oom

ରମ୍ଭାରେ ହର ଘର ତ୍ରିରଙ୍ଗା ଉତ୍ସବ ପାଳିତ

jsmm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଆଜି ରମ୍ଭାଠାରେ ୭୫ ବର୍ଷ ସ୍ଵାଧୀନ ଭାରତର ଅମୃତ ମହୋତ୍ସବ ପାଳନ ହୋଇଯାଇଛି । ସାରା ଭାରତରେ ଅଗଷ୍ଟ ୧୩ ତାରିଖଠାରୁ ୧୫ ତାରିଖ ପର୍ଯ୍ୟନ୍ତ ୭୫ବର୍ଷ ସ୍ଵାଧୀନ ଭାରତ ଅମୃତ ମହୋତ୍ସବ ପାଳନ କରାଯାଉଛି । ସ୍ଥାନୀୟ ଶ୍ରୀ ଜଗନ୍ନାଥ ଡିଗ୍ରୀ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ୧, ୨, ୩ ତରଫରୁ “ହର ଘର ତ୍ରିରଙ୍ଗା” ଏକ ଦିବସୀୟ କାର୍ଯ୍ୟକ୍ରମ ମହାବିଦ୍ୟାଳୟର ସଭା ଗୃହରେ ଛାତ୍ରଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକାଙ୍କ ଉପସ୍ଥିତରେ ଅଧ୍ୟକ୍ଷ ଅଭିମନ୍ୟୁ ସାହୁଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରୋଗ୍ରାମ ଅଫିସର ଡ଼ଃ ଭାସ୍କର ଚନ୍ଦ୍ର ମୁଦୁଲି, ରଞ୍ଜିତ କୁମାର ପାଣିଗ୍ରାହୀ, ଯୋଗିନ୍ଦ୍ର ସାହୁ ଓ ଶ୍ରୀମତୀ ଅଲିଶ୍ରୀ ଅଚାରୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏକ ଶୋଭାଯାତ୍ରା ଆୟୋଜିତ ହୋଇଥିଲା । ସେହିପରି ରମ୍ଭାଠାରେ ଭାରତୀୟ ଜନତା ପାର୍ଟି ଆନୁକୂଲ୍ୟରେ ରମ୍ଭା ଏନ୍‌ଏସିଠାରୁ ମିଞ୍ଚିନି ପାଟଣା ପର୍ଯ୍ୟନ୍ତ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । ସ୍ଲୋଗାନ ଥିଲା ହର ଘର ତ୍ରିରଙ୍ଗା । ରାଜ୍ୟ ବିଜେପି ଉପସଭାପତି ଭୃଗୁ ବକ୍ସିପାତ୍ର, ଅନୁସୂଚିତ ଜାତି ସଭାପତି ପ୍ରଶାନ୍ତ କୁମାର କର, ଜିଲ୍ଲା ସମ୍ପାଦକ ଭୀମସେନ ବେହେରା, ରମ୍ଭା ନଗରପାଳ ଅଧ୍ୟକ୍ଷା ମାନସୀ ସ୍ୱାଇଁ, ଉପାଧ୍ୟକ୍ଷ କାଳିଆ ତରେଇ, ମଣ୍ଡଳ ସଭାପତି ସୀମଞ୍ଚଳ ବାଡତ୍ୟା, ସୁଦର୍ଶନ ଦାସ, ପ୍ରଶାନ୍ତ ଗୌଡ, ମୁନା ସ୍ୱାଇଁ, କେଦାର ବାରିକ, କାହ୍ନା ସ୍ୱାଇଁ, କୈଳାସ ବେହେରା, ରମେଶ ବେହେରା, ଅଭିନଥ ବେହେରା, ସମସ୍ତ କାଉନସିଲର, ମହିଳା ଗୋଷ୍ଠୀ ଏବଂ ଏନ୍‌ଏସି କର୍ମଚାରୀ ସମେତ ବିଜେପିର ସକ୍ରିୟ କର୍ମୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.