oom

ଭୟଭୀତ କରି ମହିଳାଙ୍କ ଠାରୁ ସୁନା ଅଳଙ୍କାର ଲୁଟ : ଥାନାରେ ଲିଖିତ ଅଭିଯୋଗ

jsmm

ହରଭଙ୍ଗା : ଦିନକୁ ଦିନ ରାସ୍ତା ଘାଟରେ ଅପରାଧିକାର କାର୍ଯ୍ୟ କଳାପ ବୃଦ୍ଧି ପାଉଥିବା ବେଳେ ପୋଲିସକୁ ଚକମା ଦେଖାଇ କିଛି ଅସାମାଜିକ ବ୍ୟକ୍ତି ବିଭିନ୍ନ ଅପରାଧିକାର କାର୍ଯ୍ୟରେ ଲିପ୍ତ ରହୁଥିବା ଏବଂ ଚୋରି କାର୍ଯ୍ୟଠୁ ଆରମ୍ଭ କରି ଲୁଟ ପାଟ ପର୍ଯ୍ୟନ୍ତରେ ବାରମ୍ବାର ବୃଦ୍ଧି ପାଉଥିବା ଭଳି ଖବର ସାମ୍ନାକୁ ଆସୁଛି । ଥାନାରେ ହୋଇଥିବା ଲିଖିତ ଅଭିଯୋଗ ଅନୁଯାୟୀ ଶନିବାର ଦିନ ଅପରାହ୍ନ ସମୟରେ ବୌଦ୍ଧ ଜିଲା ହରଭଙ୍ଗା ଥାନା ସଙ୍କୁରୀ ଗ୍ରାମର ଭରତ କଟା ଓ ତାଙ୍କ ପତ୍ନୀ ଗୀତାଞ୍ଜଳି କଟା ଏବଂ ନିଜ ଛୋଟ ଝିଅ ସହ ଏକ ବାଇକ ଯୋଗେ ଶ୍ୱଶୁର ଘର ବଘିଆ ପଡା ଫାଣ୍ଡି ମେଣ୍ଢି ମାଲ ଗ୍ରାମରୁ ବାହାରି ନିଜ ଗ୍ରାମ ସଙ୍କୁରୀକୁ ଫେରୁଥିବା ସମୟରେ ଚାରିଛକ -ଶୀତଲ ପାଣି ପୂର୍ତ୍ତ ରାସ୍ତା ଖରଭୂଇଁ ପୋଲ ନିକଟରେ ପଛରୁ ଏକ ବାଇକରେ ପିଛା କରି ଆସୁଥିବା ୩ଜଣ ଦୁର୍ବୁତ୍ତ ହଠାତ ଅଟକାଇ ମାରଣାସ୍ତ୍ର ବେକ, ପେଟରେ ରଖି ଗୀତାଞ୍ଜଳିଙ୍କଠୁ ଏକ ସୁନା ହାର, ମଙ୍ଗଳ ସୂତ୍ର, କାନ ଫୁଲ ନେଇଯାଇ ବାଇକ ଯୋଗେ ପୁଣି ଚାରିଛକ ପଟକୁ ଫେରି ଯାଇଥିଲେ ବୋଲି ଅଭିଯୋଗ ହୋଇଛି । ଏନେଇ ହରଭଙ୍ଗା ଥାନା ଅଧିକାରୀ ନଳିନୀ ଦାସଙ୍କୁ ପଚାରିବାରୁ ୧୧୬/୨୪ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚାଲିବା ସହ ଖୁବ ଶୀଘ୍ର ଦୁର୍ବୁତ୍ତ ମାନଙ୍କୁ ଧରାଯିବ ବୋଲି ଗଣ ମଧ୍ୟମ ଆଗରେ ସୂଚନା ରଖିଛନ୍ତି ।

jittmm
Leave A Reply

Your email address will not be published.