ଗୁଡଭେଲା, (କେପିଏନ୍ଏସ୍) : ଗୁଡଭେଲା ବ୍ଳକ ଅନ୍ତର୍ଗତ ଜାମୁଟ ହାଇସ୍କୁଲ ଖେଳପଡିଆଠାରେ ଶିକେରପାଟ୍ ୟୁଥ୍ କ୍ଲବ ଆନୁକୂଲ୍ୟରେ ଆୟୋଜିତ ଶିକେରପାଟ୍ ଚାମ୍ପିଅନ ଟ୍ରଫି ୨୦୨୬ ସଫଳତାର ସହ ଚାଲିଛି । ପ୍ରତିଯୋଗିତାର ଚତୁର୍ଥ ଦିବସର ମ୍ୟାଚଗୁଡ଼ିକ ଦର୍ଶକମାନଙ୍କ ମଧ୍ୟରେ ବେଶ ଉତ୍ସାହ ସୃଷ୍ଟି କରିଥିଲା । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଅବିଭକ୍ତ ଜାମୁଟ ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ହରି ମାଝୀ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ କଳାରାମ ରଣା, ସୁରେଶ ଧରୁଆ, ପ୍ରଶାନ୍ତ ପଧାନ, ସନ୍ତୋଷ ପଟ୍ଟନାୟକ, ସଞ୍ଜୀବ କୁମ୍ଭାର, ପଞ୍ଚାନନ ସାହୁ ଓ ପଦୁଁ ବେହେରା ଉପସ୍ଥିତ ଥିଲେ । ଚତୁର୍ଥ ଦିବସର ପ୍ରଥମ ଲିଗ୍ ମ୍ୟାଚ୍ରେ ତରକମୁଣ୍ଡା ଓ ରତାଖଣ୍ଡି ମଧ୍ୟରେ ମୁକାବିଲା ହୋଇଥିଲା । ଟସ୍ ଜିଣି ରତାଖଣ୍ଡି ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୮ ଓଭରରେ ୧୧୭ ରନ୍ କରି ବିପକ୍ଷ ଦଳକୁ ଲକ୍ଷ୍ୟ ଦେଇଥିଲା । ତରକମୁଣ୍ଡା ଦଳ ୩ ୱିକେଟ୍ ହରାଇ ୧୦୧ ରନ୍ କରି ପରାସ୍ତ ହୋଇଥିଲା । ସେହିପରି ଦ୍ୱିତୀୟ ଲିଗ୍ ମ୍ୟାଚ୍ରେ ଡୁଙ୍ଗିବାହାଲ ଓ ଲାଠିତରା ମଧ୍ୟରେ ହୋଇଥିବା ମ୍ୟାଚ୍ରେ ଡୁଙ୍ଗିବାହାଲ ଦଳ ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୮ ଓଭରରେ ୨ ୱିକେଟ୍ ହରାଇ ୯୪ ରନ୍ କରିଥିଲା । ଲାଠିତରା ଦଳ ୩ ୱିକେଟ୍ ହରାଇ ୯୭ ରନ୍ ସଂଗ୍ରହ କରି ରୋମାଞ୍ଚକର ବିଜୟ ହାସଲ କରିଥିଲା । ବବାର୍ଟର ଫାଇନାଲ୍ ମ୍ୟାଚ୍ରେ ଲାଠିତରା ଓ ରତାଖଣ୍ଡି ମଧ୍ୟରେ ହୋଇଥିବା ମୁକାବିଲାରେ ରତାଖଣ୍ଡି ଦଳ ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୬ ଓଭରରେ ୬୩ ରନ୍ କରିଥିଲା । ଲାଠିତରା ଦଳ ୨ ଓ୍ବିକେଟ୍ ହରାଇ ୬୪ ରନ୍ କରି ସହଜ ବିଜୟ ହାସଲ କରି ସେମିଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଥିଲା । ଏହି ମ୍ୟାଚ୍ରେ ଶ୍ରୀକାନ୍ତ ମହାନନ୍ଦଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ୍ ଟ୍ରଫି ପ୍ରଦାନ କରି ସମ୍ମାନିତ କରାଯାଇଥିଲା । ଅମ୍ପାୟାର ଭାବରେ ଯାଦବ ବେହେରା ଓ କୁନା ମାଝୀ ଦାୟିତ୍ୱ ପାଳନ କରିଥିବା ବେଳେ, ମହେନ୍ଦ୍ର ନନ୍ଦ ଖେଳର ଧାରାବିବରଣୀ ପ୍ରଦାନ କରିଥିଲେ ଓ ନାରାୟଣ ଦାସ ସ୍କୋରର୍ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ଆସନ୍ତାକାଲି ପ୍ରଥମ ସେମିଫାଇନାଲ୍ ମ୍ୟାଚ୍ ଲାଠିତରା ଓ ଫଟାମୁଣ୍ଡା ମଧ୍ୟରେ ଏବଂ ଦ୍ୱିତୀୟ ସେମିଫାଇନାଲ୍ ମ୍ୟାଚ୍ ବିରାମୁଣ୍ଡା ଓ ଦୁହେଲ ଦଳ ମଧ୍ୟରେ ଅନୁଷ୍ଠିତ ହେବ । ଆଜିର କାର୍ଯ୍ୟକ୍ରମକୁ ସଫଳ କରିବାରେ ଶିକେରପାଟ୍ ୟୁଥ୍ କ୍ଲବର ସମସ୍ତ ସଦସ୍ୟ ଗୁରୁତ୍ୱପୂର୍ଣ୍ଣ ସହଯୋଗ କରିଥିଲେ ।