centurian jitm

ମୁଖ୍ୟମନ୍ତ୍ରୀଙ୍କ ଭବାନୀପାଟଣା ଗସ୍ତରେ ବସ୍ : ସାଧାରଣ ଯାତ୍ରୀ ହନ୍ତସନ୍ତ

ଦେଓଗାଁ, (ମନୀଷ କୁମାର ସାହୁ) : ମୁଖ୍ୟମନ୍ତ୍ରୀଙ୍କ ରବିବାର ଦିନ ଭବାନୀପାଟଣା ଗସ୍ତ ଥିବାରୁ ବଲାଙ୍ଗିର ଜିଲ୍ଲାରେ ବସ୍‌ ସେବା ପ୍ରାୟତଃ ବନ୍ଦ ରହିଥିଲା । ବସ୍‌ ଯୋଗେ ଯିବା ଆସିବା କରୁଥୁବା ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିବା ଦେଖିବାକୁ ମିଳିଛି । ପ୍ରକାଶ ଯେ, ରବିବାର ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ ଅବସରରେ ଭବାନୀପାଟଣା ରିସିଗାଁ ଗସ୍ତରେ ଆସିଥିଲେ । ସେଥିପାଇଁ ବଲାଙ୍ଗିର ଅଞ୍ଚଳରୁ ବହୁ ଯାତ୍ରୀବାହୀ ବସ୍ ଏହି ସରକାରୀ କାର୍ଯ୍ୟକ୍ରମ ପାଇଁ ଯାଇଥିଲେ । ଫଳରେ ଗ୍ରାମାଞ୍ଚଳର ଲୋକେ ବସ୍‌ଷ୍ଟାଣ୍ଡରେ ବସ୍ ଅପେକ୍ଷାରେ ଅଟକି ରହିଥିବା ଦେଖିବାକୁ ମିଳିଥିଲା । କାଁ ଭାଁ କିଛି ବସ୍ ଆସିଥିଲା । ଯାହାଦ୍ୱାରା ସାଧାରଣ ଲୋକମାନେ ବିଭିନ୍ନ ଜମି, ବାଡ଼ି ସଂକ୍ରାନ୍ତୀୟ କାମରେ ଅଫିସ୍‌, କୋର୍ଟ କଚେରୀକୁ ଯିବା ସହ ପରିବାରିକ ଓ ସାମାଜିକ କାମରେ, ବାହାଘର କିମ୍ବା ମୃତାହ କାର୍ଯ୍ୟରେ ବନ୍ଧୁବାନ୍ଧବଙ୍କ ଘରକୁ ଯିବାରେ ଘୋର ଅସୁବିଧାରେ ପଡିଛନ୍ତି । ଗାଡି ଭଡା କରି ବସ୍‌ଷ୍ଟାଣ୍ଡ ଛକକୁ ଆସି ଦିନ ଓଲି ଟାଣ ଖରାରେ ଦୀର୍ଘ ସମୟ ଧରି ବସ୍ ଅପେକ୍ଷା ପରେ ପୁଣି ଖର୍ଚ୍ଚନ୍ତାରେ ପଡ଼ି ଘରକୁ ଫେରି ଯାଉଥିବା ନେଇ ଯାତ୍ରୀମାନେ ପ୍ରକାଶ କରିଥିଲେ ।

Leave A Reply

Your email address will not be published.