jayashree

ବାର୍ଦ୍ଧକ୍ୟ ଭତ୍ତା ନପାଇ ହନ୍ତସନ୍ତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସାରା ବିଶ୍ୱରେ କରୋନା ମହାମାରୀ ଆତଙ୍କ ସୃଷ୍ଟି କରିଅଛି । କରୋନା ମହାମାରୀ ଦ୍ୱିତୀୟ ଲହରୀ ଭୟଙ୍କର ଦେଖି କେନ୍ଦ୍ର ଓ ରାଜ୍ୟ ସରକାର କରୋନା ପ୍ରତିହତ ପାଇଁ ତାଲାବନ୍ଦ ପ୍ରକ୍ରିୟା ଜାରି ରଖିଛନ୍ତି । କିନ୍ତୁ ସାଧାରଣ ଜନତା ଜୀବନ ବଞ୍ଚେଇବା ପାଇଁ ଜୀବିକା ହରାଇ ବସିଛନ୍ତି । ଦେଶ ଆର୍ଥିକ ଅନାଟନ ଦେଇ ଗତି କରୁଛି । ଏହି ସମୟରେ ସରକାର ସମସ୍ତଙ୍କୁ ଘରେ ରହିବା ପାଇଁ ସଚେତନ କରୁଛନ୍ତି । ବୃଦ୍ଧ ବୃଦ୍ଧାଙ୍କୁ ସାମାଜିକ ସୁରକ୍ଷା ଦେବା ପାଇଁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି । ଏହି ତାଲା ବନ୍ଦ ସମୟାବଧିରେ ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଅସହାୟ ବୃଦ୍ଧ ବୃଦ୍ଧାଙ୍କୁ ଭତ୍ତା ପ୍ରଦାନ କରିବାରେ ଏଠାରେ ବ୍ୟତିକ୍ରମ ଦେଖାଯାଇଛି । ମାସର ପ୍ରତ୍ୟେକ ୧୫ ତାରିଖରେ ଭତ୍ତା ପ୍ରଦାନ କରିବା କଥା କିନ୍ତୁ କେତେକ ଅଧିକାରୀଙ୍କ ଅବହଳୋ ଯୋଗୁଁ କେତେକାଂଶରେ ଏହା ବିଫଳ ହୋଇଛି । ୧୫ ତାରିଖ ଭତ୍ତା ନ ପାଇ ହିତାଧିକାରୀ ମାନେ ନିରାଶ ହୋଇ ଫେରି ଯାଇଛନ୍ତି । ଖବର ପାଇ ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନନ୍ଦ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହିତ ଯୋଗାଯୋଗ କରିବାକୁ ଟଙ୍କା ଡିପୋଜିଟ ହୋଇ ନ ଥିବାରୁ ଭତ୍ତା ପ୍ରଦାନ କରିବାରେ ବିଳମ୍ବ ହେଲା ଦୁଇ ତିନି ଦିନ ପରେ ଟଙ୍କା ଆସିଲେ ଦିଆଯିବ ବୋଲି ସୂଚନା ଦେଇଥିଲେ । ଏଥିରେ ଅଫିସର ମାନଙ୍କର ତତ୍ପରତା ସହଜରେ କେତେ ଦୂର ଅନୁମେୟ ହୁଏ । ପଦ୍ମପୁରରେ ନୂତନ ଭାବରେ ଯୋଗ ଦେଇଥିବା ଉପ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.