ସଇଁତଲାରେ ଜିଲ୍ଲାସ୍ତରୀୟ ହ୍ୟାଣ୍ଡବଲ ପ୍ରତିଯୋଗିତା ଉଦ୍‌ଯାପିତ : ବାଳିକା ଓ ବାଳକ ବିଭାଗରୁ ବଲାଙ୍ଗିର ଟିମ ଚମ୍ପିୟାନ ବିବେଚିତ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ସ୍ଥିତ ରମେଶ ସିଂ ଭୋଇ ଷ୍ଟାଡିୟମ ପରିସରରେ ବ୍ଲକ ଶିକ୍ଷା ବିଭାଗ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ହ୍ୟାଣ୍ଡବଲ ୧୭ ବର୍ଷରୁ କମ ଛାତ୍ରଛାତ୍ରୀମାନଙ୍କୁ ନେଇ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ସଇଁତଲା ବ୍ଲକ ଶାରୀରିକ ସମ୍ପାଦିକା ରଞ୍ଜିତା ମିଶ୍ରଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଉତ୍ସବରେ ଅତିଥି ଭାବରେ ବ୍ଲକ ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ଭୋଇ, ପୂର୍ବତନ ଜିଲ୍ଲା ଶାରୀରିକ କ୍ରୀଡା ଅଧିକାରୀ ଅନ୍ତର୍ଯ୍ୟାମୀ ବିଶ୍ୱାଳ, ପୁଇଁତଲା ବ୍ଲକ ଶିକ୍ଷା ଅଧିକାରୀ ଲୋକନାଥ ସୁନା, ଜିଲ୍ଲା ଶାରୀରିକ କ୍ରୀଡା ଅଧିକାରୀ ପ୍ରଦୀପ ପାତ୍ର, ଡେଙ୍ଗ ସ୍କୁଲ ପ୍ରଧାନ ଶିକ୍ଷକ ଚଣ୍ଡାଳ ମିଶ୍ର, ବାଳକ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଜ୍ୟୋତିର୍ମୟୀ ମହାପାତ୍ର ଓ ବାଳିକା ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବିନାୟକ କୁମ୍ଭାର ପ୍ରମୁଖ ଯୋଗଦାନ କ୍ରୀଡାର ଆଭିମୁଖ୍ୟ ଉପରେ ବାଳିକା ଓ ବାଳକ ଉଭୟଙ୍କୁ ଦିଗଦର୍ଶନ ଦେବା ସହ କାମନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା କ୍ରୀଡା ସଂଯୋଜକ ହେମନ୍ତ ପ୍ରଧାନ ସଭାକୁ ପରିଚାଳନା କରିଥିବା ବେଳେ ବୁଢ଼ାବାହାଲ ପ୍ରଧାନ ଶିକ୍ଷକ ବରୁଣ ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ । ଉକ୍ତ ହ୍ୟାଣ୍ଡବଲ ଖେଳରେ ବଲାଙ୍ଗିର, ସଇଁତଲା, ଦେଓଗାଁ, ଖପ୍ରାଖୋଲ, ଲୋଇସିଙ୍ଗା ଓ ପୁଇଁତଲା ବ୍ଲକର ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ । ଏହାର ଫାଇନାଲ ଖେଳ ବାଳକ ବିଭାଗ ତରଫରୁ ବଲାଙ୍ଗିର ଟିମ ଓ ପୁଇଁତଲା ଟିମ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ୭-୨ ଗୋଲ ବଲାଙ୍ଗିର ଟିମ ବିଜୟୀ ହୋଇଥିଲେ । ସେହିପରି ବାଳିକା ବିଭାଗ ତରଫରୁ ବଲାଙ୍ଗିର ଟିମ ଓ ପୁଇଁତଲା ଟିମ ମଧ୍ୟରେ ଆୟୋଜିତ ହୋଇଥିଲା । ଏଥିରେ ବଲାଙ୍ଗିର ବାଳିକା ଟିମ ୨-୦ ଗୋଲରେ ଚଳିତ ବର୍ଷ ଚମ୍ପିୟାନ ହୋଇଛନ୍ତି । ଆଗାମୀ ଦିନରେ ଉଭୟ ଟିମ ରାଜ୍ୟସ୍ତରରେ ହେବାକୁ ଥିବା ପ୍ରତିଯୋଗିତାରେ ମନୋନୀତ ହୋଇଥିବା ଜଣାପଡିଛି । ଉକ୍ତ ଖେଳକୁ ଶାରୀରିକ ଶିକ୍ଷକ ବୁଦ୍ଧିରାଜ ବିଶ୍ୱାଳ, ଦେବି ପ୍ରସାଦ ରାଉତ, ସସ୍ମିତା ଗଡ଼ତ୍ୟା, ଚନ୍ଦ୍ରଶେଖର ମେହେର, ବିନୋଦ ବେହେରା, ରାଜ ବିଭାରୀ ବନଛୋର ଓ ପ୍ରସାନନ୍ଦ ବାଗ ପ୍ରମୁଖ ଖେଳ ପରିଚାଳନା କରିଥିବାବେଳେ ସୁନୀଲ ମହାପାତ୍ର, ସୁଦର୍ଶନ ନାୟକ, ବନିତା ବନଛୋର, ସ୍ଵାଗତିକା ଶତପଥି, ହିମାଂଶୁ ବିଶ୍ୱାଲ, ଶିବାନୀ ମଲ୍ଲିକ, ଅଭିମନ୍ୟୁ ଭୋଇ, ଦିନମଣି ପୋଢ଼ଙ୍କ ସମସ୍ତ ଖେଳ ଶିକ୍ଷକ, ସମସ୍ତ ପ୍ରଧାନ ଶିକ୍ଷକ, ସିଆରସିସିମାନେ ପ୍ରମୁଖ ଉପସ୍ଥିତ ରହି ଖେଳ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.