oom

ହମିରପୁର ଉନ୍ନୟନ ପରିଷଦର ପବିତ୍ର ଖ୍ରୀଷ୍ଟମାସ ପାଳନ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ହମିରପୁର ଉନ୍ନୟନ ପରିଷଦ ତରଫରୁ ବେନ୍‌ଡିକ ଲାକ୍ରାଙ୍କ ବାସଭବନରେ ପବିତ୍ର ଖ୍ରୀଷ୍ଟମାସ ଓ ନୂଆବର୍ଷ ପାଇଁ ଏକ ବନ୍ଧୁମିଳନର ଆୟୋଜନ କରାଯାଇଥିଲା । ପରିଷଦର ସଭାପତି ଡ଼ଃ ସୁମନ ଦତ୍ତଙ୍କ ସଭାପତିତ୍ୱ ଓ ସାଧାରଣ ସମ୍ପାଦକ ନିରଞ୍ଜନ ଦାସଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ଦାଶ ମୁଖ୍ୟ ଅତିଥି ଓ ଡ଼ଃ ପ୍ରଭାତ କୁମାର ମଲ୍ଲିକଙ୍କ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ । ପ୍ରାରମ୍ଭରେ ଉପସଭାପତି ଦେଓନିସ ଲାକ୍ରା ବାଇବେଲ ପଠନ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ପରେ ଯୀଶୁଙ୍କ ଉଦ୍ଦେଶ୍ୟରେ କେକ୍‌ କଟାଯାଇ ଉପସ୍ଥିତ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବଣ୍ଟନ କରାଯାଇଥିଲା । ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ଦାଶ ତାଙ୍କ ବକ୍ତବ୍ୟରେ ମାନବ ସେବା ହିଁ ମାଧବ ସେବା ଓ ସମସ୍ତଙ୍କ ମଧ୍ୟରେ ଭାଇଚାରା ଓ ସୌହାର୍ଦ୍ଧପୂର୍ଣ୍ଣ ବାତାବରଣ ବଜାୟ ରଖିବା ପାଇଁ ଆହ୍ୱନ ଦେଇଥିଲେ । ମୁଖ୍ୟବକ୍ତା ଡ଼ଃ ମଲ୍ଲିକ ଯୀଶୁଙ୍କ ଜୀବନାଦର୍ଶ ସମ୍ପର୍କରେ ଆଲୋଚନା କରିଥିଲେ । ସେହିପରି ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରତାପ କୁମାର ମହାପାତ୍ର ଓ ଚନ୍ଦ୍ରଦୀପ ସାହୁଙ୍କୁ ପୁଷ୍ପଗୁଛ, ମେମୋଣ୍ଟୋ ଓ ଉପଢୌକନ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଆରୋନ ଲାକ୍ରା ଏହି ଅବସରରେ ନୃତ୍ୟ ପରିବେଷଣ କରିଥିଲା ବେଳେ କାର୍ଯ୍ୟକାରୀ ସଭାପତି ଉପେନ୍ଦ୍ର କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ସର୍ବଶ୍ରୀ ବିଷ୍ଣୁଚରଣ ନାୟକ, ଅନୀଲ କୁମାର ବାଲଚାନ୍ଦନୀ, ଦୀନବନ୍ଧୁ ଦାସ, ଦେଓମିକ୍ କିଣ୍ଡୋ, ପ୍ରହଲ୍ଲାଦ ଲାକ୍ରା, ସନ୍ତୋଷ ମହାନ୍ତି, ସୁରେଶ କୁମାର ଦଳବେହେରା, କୁଞ୍ଜବିହାରୀ ରାଉତ, ଗଙ୍ଗାଧର ଦାଶ, ସୁରଥ ବାଗ୍, ମହେଶ୍ୱର ସାହୁ, ମନୋରଞ୍ଜନ ନାୟକ, ଏସ୍‌ ରାଜୁ, ଦିଲ୍ଲିପ ଦେ, ବି କେ ଲାକ୍ରା, ସବିତା ଲାକ୍ରା, ଅଗସ୍ତି ଦାସ, ଆଲିଶା ଏକ୍କା, ହରମୋହନ ଲାକ୍ରା ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.