ମାଓନେତା ଆଜାଦ ବାଲିଗୁଡ଼ା ଏଡିଜେ କୋର୍ଟରେ ହାଜର

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଟପ ମାଓନେତା ଆଜାଦ କନ୍ଧମାଳ ଜିଲ୍ଲା ବାଲିଗୁଡା ଅତିରିକ୍ତ ଜିଲ୍ଲା ଦୌରାଜଜ୍ କୋର୍ଟରେ ହାଜର ହୋଇଛନ୍ତି । ତାଙ୍କୁ ଭୁବନେଶ୍ଵର ଝାରପଡ଼ା ଜେଲରୁ ବାଲିଗୁଡାକୁ କଡା ସୁରକ୍ଷାରେ ଅଣାଯାଇଛି । ଅତିରିକ୍ତ ଜିଲ୍ଲା ଜଜ୍ ଶୁଭଦର୍ଶି ତ୍ରିପାଠୀଙ୍କ କୋର୍ଟରେ ୩ଟି କେସ ଚାର୍ଜ ହୋଇଥିଲା । ଆଜାଦଙ୍କ ନାମରେ ୩ଟି କେଶ ରହିଛି । ୩ଟି କେସ୍‌ର ଆଜି ଚାର୍ଜ ହୋଇଛି । କେସ୍ ଗୁଡିକ ହେଲା ୨୦୦୮ ମସିହାରେ ସାରଙ୍ଗଡ ଥାନା କେସ୍‌ ନମ୍ବର ୨୦/ ୨୦୦୮ରେ ସାରଙ୍ଗଡ଼ରେ ବୋମା ଫୁଟାଇବା ନିମନ୍ତେ ରାସ୍ତାରେ ବୋମା ଖଞ୍ଜି ରଖିବା (ଲ୍ୟାଣ୍ଡମାଇନ୍), ବ୍ରାହ୍ମଣୀଗାଁ ଥାନାରେ ୨ଟି ମାମଲା ଯଥା କେସ୍‌ ନମ୍ବର ୧୪/୨୦୦୮ ଓ ୧୫/୨୦୦୮ ଏଥି ମଧ୍ୟରୁ ଗୋଟିଏ ମର୍ଡର କେସ୍‌ ଓ ଅନ୍ୟଟି ବ୍ରାହ୍ମଣୀ ଗାଁ –ଦାରିଙ୍ଗବାଡି ରାସ୍ତାରେ ଲ୍ୟାଣ୍ଡ୍‌ ମାଇନ ଲଗାଇବା ଭଳି ଅଭିଯୋଗ ରହିଛି । ବିଚାରପତିଙ୍କ ପାଖରେ ଆଜି ହାଜର ହୋଇଥିଲେ । କୋର୍ଟରେ ହାଜର ହେବା ପରେ ତାଙ୍କୁ ବାଲିଗୁଡା ଉପକାରାଗାରକୁ ପଠାଯାଇ ସେଠାରୁ ପୁଣି ତାଙ୍କୁ ପୁଣି ଝାଡପଡ଼ା ଜେଲ୍‌କୁ ପଠାଯିବା ନେଇ ଓକିଲ ସୁରେନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି ।

Leave A Reply

Your email address will not be published.