jayashree

ପ୍ରଥମ ବାର୍ଷିକୀ ଭାଗବତ ଜ୍ଞାନ ଯଜ୍ଞ ସପ୍ତ ଦିନରେ ଉଦ୍‌ଯାପିତ

ନବରଙ୍ଗପୁର, (ଜଗନ୍ନାଥ ବିଷୋୟୀ) : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଳକ ଦଳବେଡା ଗ୍ରାମ ପଞ୍ଚାୟତର ଅଣ୍ଟିପଡା ଗ୍ରାମରେ ଚନ୍ଦାହାଣ୍ଡି ଜମିଦାରପଡା ଶ୍ରୀ ଜଗନ୍ନାଥ ସେବା ସମିତି ଆନୁକୂଲ୍ୟରେ ପ୍ରଥମ ବାର୍ଷିକୀ ଭାଗବତ ସପ୍ତାହ ଜ୍ଞାନ ଯଜ୍ଞ ତା. ୧୨/୧୨/୨୦୨୪ରୁ ଆରମ୍ଭ ହୋଇ ତା.୧୮/୧୨/୨୦୨୪ ପର୍ଯ୍ୟନ୍ତ ୭ ଦିନ ଧରି ଚାଲୁ ରହି ଗତକାଲି ଉଦ୍‌ଯାପିତ ହୋଇଯାଇଛି । ତା ୧୨/୧୨ଗୁରୁବାର ଶ୍ରୀମଦ୍ ଭାଗବତ ମାହାତ୍ମ୍ୟ, ତା ୧୩/୧୨ ସତସଙ୍ଗ ମହିମା, ତା ୧୪/୧୨ ଶନିବାର ଭୋଜବଂଶ ବର୍ଣ୍ଣନା, ତା ୧୫/୧୨ ରବିବାର ଶ୍ରୀକୃଷ୍ଣ ଜନ୍ମ, ତା ୧୬/୧୨ ସୋମବାର ଶ୍ରୀକୃଷ୍ଣ ବାଲ୍ୟ ଲୀଳା, କାଳୀୟ ଦଳନ, ବସ୍ତ୍ର ହରଣ, ତା ୧୭/୧୨ ମଙ୍ଗଳବାର ଶ୍ରୀକୃଷ୍ଣଙ୍କ ଗୋପ ଯାତ୍ରା, ତା ୧୮/୧୨ବୁଧବାର ଗୋପୀ ଉଦ୍ଧବ ସମ୍ବାଦ ଏ ସମସ୍ତ ସପ୍ତ ଦିବସର କାର୍ଯ୍ୟକ୍ରମର ମୁଖ୍ୟ କଥା ବାଚକ ପୂଜ୍ୟ ସ୍ଵାମୀ ବ୍ରହ୍ମଚାରୀ ସତ୍ୟ ଚୈତନ୍ୟ ମହାରାଜଙ୍କ ଅମୃତ ମୟ ବାଣୀରେ ମଞ୍ଚରେ ସମସ୍ତ ଶ୍ରଦ୍ଧାଳୁଙ୍କ ମନ ଉଦ୍ଭାସିତ ହୋଇଥିଲା । ସେ ପ୍ରତିଜ୍ଞା ବଧ ଭାବରେ ଓଡ଼ିଶାରେ ତଥା ଚନ୍ଦାହାଣ୍ଡି ବ୍ଳକରେ ଭାଗବତ ପ୍ରଚାର ପ୍ରସାରରେ ଅନବରତ ଲାଗିଛନ୍ତି । ତାଙ୍କର ବଳିଷ୍ଠ ନେତୃତ୍ଵରେ ପ୍ରତି ଗ୍ରାମରେ ଭାଗବତ ଟୁଙ୍ଗୀ ଗଠନ ଏବଂ ଭାଗବତର ପ୍ରଚାର ପ୍ରସାର ଚାଲୁ ରହିଛି । ଶ୍ରୀ ଜଗନ୍ନାଥ ସେବା ସମିତିର ସଭାପତି ରମେଶ ଚନ୍ଦ୍ର ଚହ୍ଵାନ, ଭାଗବତ ଟୁଙ୍ଗୀ ଗଠନର ମଙ୍ଗ ଧରିଥିବା ଏବଂ ଅବିଭକ୍ତ କୋରାପୁଟ ଜିଲ୍ଲା ହିନ୍ଦୁ ମହା ସଂଘ ସଭାପତି ଜଗନ୍ନାଥ ସତପଥୀ, ଭାଗବତ ପ୍ରଚାର ସମିତିର ସଭାପତି ବିଜୟ ଚନ୍ଦ୍ର ଦଳେଇ, ଏତଦ୍ ବ୍ୟତୀତ ଓଡିଶା ପ୍ରାନ୍ତ ବିଶ୍ଵ ହିନ୍ଦୁ ପରିଷଦ ଓଡିଶା ଶାଖା ପ୍ରାନ୍ତ ପ୍ରଚାରକ ସୁଧୀର କୁମାର ନନ୍ଦ, ପଣ୍ଡିତ ସୁରେଶ ଚନ୍ଦ୍ର ମିଶ୍ର, ବିଜୟ ସୌରୀ, ତ୍ରିଲୋଚନ ନାୟକ, ଡମ୍ବରୁଧର ନାୟକ, ବନମାଳୀ ଦାସ, ମହେଶ୍ଵର ମାଝୀ, ରାଜେନ୍ଦ୍ର ଖମାରୀ, ଜମ୍ବୁ ହାତୀ, ଉପେନ୍ଦ୍ର ଚହ୍ୱାନ, ଫଣୀନ୍ଦ୍ର ଜଗତଙ୍କ ସହିତ ଚନ୍ଦା ହାଣ୍ଡି ବ୍ଳକର ୭୮ଟି ଭାଗବତ ଟୁଙ୍ଗୀ ଓ ପଡୋଶୀ ରାଜ୍ୟ ଛତ୍ତିଶଗଡ଼ର ୭ଟି ଭାଗବତ ଟୁଙ୍ଗୀ ଏହି ମହତ୍ କାର୍ଯ୍ୟର ସଫଳ ରୂପାୟନ ପାଇଁ ତନ,ମନ,ଧନ ଦେଇ ସାହାଯ୍ୟ କରିଥିଲେ । ସ୍ଵାମୀଜୀଙ୍କ କରକମଳରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆମ୍ବ, ନଡ଼ିଆର ଚାରା ଗଛ ଲଗାଇଥିଲେ । ବିଦ୍ୟାଳୟର ଶିକ୍ଷକମାନେ ବହୁତ ଆନନ୍ଦିତ ହୋଇଥିଲେ । ଶିକ୍ଷକ, ଗ୍ରାମବାସୀ ତଥା ଭକ୍ତବୃନ୍ଦ ସହଯୋଗ କରିଥିଲେ ।

Leave A Reply

Your email address will not be published.