oom

୩୪ତମ ପଲ୍ଲୀ ପ୍ରଗତି ପାଠାଗାର ର ପ୍ରତିଷ୍ଠା ଦିବସ ସମାରୋହ : ଦେଶ ଗଠନରେ ଯୁବକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

jsmm

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲା ବଙ୍ଗୋମୁଣ୍ଡା ବ୍ଲକ ଝଲପ ଗ୍ରାମରେ ଥିବା ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପଲ୍ଲୀ ପ୍ରଗତି ପାଠାଗାରର ୩୪ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଡାକଋଶି ବାରିକଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଜ୍ଞାପିତ ପରିଷଦର ନଗରପାଳ ବରିୟାମ ସିଂ ସାଲୁଜା, ମୁଖ୍ୟବକ୍ତା ଭାବେ ପଦ୍ମଶ୍ରୀ ଡ଼ଃ ହଲଧର ନାଗ, ସମ୍ମାନୀୟ ଅତିଥି ଭାବେ ବଙ୍ଗୋମୁଣ୍ଡା ବ୍ଲକ ଅଧ୍ୟକ୍ଷା ରଞ୍ଜୁବାଲା ବେହେରା, ସରପଞ୍ଚ ପ୍ରତିନିଧି ଗୋବିନ୍ଦ ପୁଟେଲ, ପୂର୍ବତନ ସରପଞ୍ଚ ରାଜାରାମ ବେହେରା, ସିନ୍ଧେକେଲା ସମିତି ସଭ୍ୟ ଭୋଲାନାଥ ବେହେରା, ସମାଜ ସେବୀ ଗଣ୍ଡାରାମ ବେହେରା, ନାଏବ ସରପଞ୍ଚ ଝସକେତନ ବାରିକ ପ୍ରମୁଖ ଯୋଗଦେଇଥିଲେ । ଅତିଥିଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ପୂଜାର୍ଚ୍ଚନା ପରେ ସଭା କାର୍ୟ୍ୟ ଆରମ୍ଭ କରାଯାଇଥିଲା । ସଭାପତି ଡାକଋଶି ବାରିକ ପ୍ରାରମ୍ଭିକ ବକ୍ତବ୍ୟ ପ୍ରଦାନ କରିଥିଲେ । ପଲ୍ଲୀ ପ୍ରଗତି ପାଠାଗାର ପୁସ୍ତକ ଅଧ୍ୟୟନ ପାଇଁ ସୁଯୋଗ ପ୍ରଦାନ ଅଞ୍ଚଳ ପାଇଁ ଶୁଭଙ୍କର ବୋଲି ମତ ଦେଇଥିଲେ । କୋଶଲ ମାଟିର ସାହିତ୍ୟ, ସଂସ୍କୃତି ବହୁତ ପ୍ରାଚୀନ, କୋଶଲର ଦାବି ଦୀର୍ଘ ବର୍ଷର ବୋଲି ହଳଧର ନାଗ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଝଲପ ପଞ୍ଚାୟତରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଦାବି ଉଠିଥିଲା । ବ୍ଲକ ଅଧ୍ୟକ୍ଷା ଏହି ଦାବି ପ୍ରତି ଯଥୋଚିତ ପ୍ରୟାସ କରାଯିବ ବୋଲି ପ୍ରକାଶ କରିଥିଲେ । ଦେଶ ଗଠନ କରିବାରେ ଯୁବକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ପ୍ରତିଷ୍ଠାତା ସଭାପତି ସୁଧୀର କୁମାର ସାହୁ କାର୍ୟ୍ୟକ୍ରମ ସଂଯୋଜନା କରିଥିଲେ ।ଗ୍ରାମର ମାଟ୍ରିକ ଟପ୍ପର ଆକାଶ ସାହୁ, ଗ୍ରାମର ଯୁକ୍ତ ଦୁଇ ଟପ୍ପର ନନ୍ଦିନୀ ପୁଟେଲ, ନବୋଦୟ ଛାତ୍ର ବିନୟ କୁମାର ସାହୁ, ଆୟୁଷ ଡାକ୍ତର ମନୋନୀତ ଛାତ୍ର ରଞ୍ଜନ କୁମାର ବେହେରାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ୟ୍ୟକ୍ରମରେ ଉପସଭାପତି ଶରତ ସାହୁ, ସହ ସମ୍ପାଦକ ପ୍ରଫୁଲ୍ଲ ବାରିକ, କୋଷାଧ୍ୟକ୍ଷ ହିମାଂଶୁ ବେହେରା, କ୍ରୀଡା ସମ୍ପାଦକ ସତ୍ୟ ସାହୁ, ନାଏବ ସରପଞ୍ଚ ଝସକେତନ ବାରିକ, ଦେବେନ୍ଦ୍ର ସାହୁ, ପବିତ୍ର ସାହୁ, ମହେନ୍ଦ୍ର ସାହୁ, ଘନଶ୍ୟାମ ପୁଟେଲ, ଜିତେନ୍ଦ୍ର ମଲ୍ଲିକ, ତେଜୁ ସାହୁ, ବାସୁଦେବ ସାହୁ, ଲୋକନାଥ ମଲ୍ଲିକ, ଦିବାକର ପୁଟେଲ, ସତ୍ୟ ନାରାୟଣ ସାହୁ, ଗୁଣନିଧି ବାରିକ, ମଳୟ ବାରିକ ପ୍ରମୁଖଙ୍କ ସହ ଅନୁଷ୍ଠାନର କର୍ମକର୍ତା ସହଯୋଗ କରିଥିଲେ । ପରେ ବିଳମ୍ବିତ ରାତ୍ରି ପର୍ୟ୍ୟନ୍ତ ବିଭିନ୍ନ ସାଂସ୍କୃତିକ କାର୍ୟ୍ୟକ୍ରମ ପରିବେଷଣ ହୋଇଥିଲା । ଦର୍ଶକ ମାନେ ଉପଭୋଗ କରିଥିଲେ । ଏଥିରେ ଅଞ୍ଚଳବାସୀଙ୍କ ପ୍ରବଳ ସମାଗମ ହୋଇଥିବା ଦେଖିବାକୁ ମିଳିଛି ।

jittmm
Leave A Reply

Your email address will not be published.