oom

ଟ୍ରକକୁ ଧକ୍କା ଦେଲା ଯାତ୍ରୀବାହୀ ବସ : ଜଣେ ମୃତ, ୫ ଗୁରୁତର

jsmm

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଭୁବନେଶ୍ୱରରୁ ଉମରକୋଟ ଯାଉଥିବା ରଘୁନାଥ ନାମକ ବସ କଳାହାଣ୍ଡି ଜିଲ୍ଲା ଜାତୀୟ ରାଜପଥ ୨୬ କୋକସରା ଥାନା ଅନ୍ତର୍ଗତ ଚାରବାହଲ ନିକଟରେ ଆଜି ଭୋର ସମୟରେ ରାସ୍ତାରେ ଛିଡା ହୋଇଥିବା ଏକ ଟ୍ରକକୁ ପଛ ପଟୁ ପିଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ବସର ଆଗ ପଟ ଚୁର୍‌ମାର୍‌ ହୋଇଥିବା ବେଳେ ଅନେକ ଯାତ୍ରୀ ବସ ମଧ୍ୟରେ ଫଶି ରହିଥିଲେ । କିଛି ସ୍ଥାନୀୟ ଲୋକଙ୍କ ସହାୟତା ଓ କୋକସରା ଦମକଳ କର୍ମଚାରୀ ଫଶି ଥିବା ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ । ତେବେ ସେମାନଙ୍କ ମଧ୍ୟରୁ ଜଣେ ଯାତ୍ରୀଙ୍କ ଜୁନାଗଡ଼ ଡାକ୍ତରଖାନାରେ ମୃତ୍ୟୁ ହୋଇଛି ଓ ଅନ୍ୟ ୫ ଜଣ ଗୁରୁତର ଥିବା ଜଣାପଡିଛି । ମୃତ ଯାତ୍ରୀ ଜଣକ ଝରିଗାଁ ବ୍ଲକର କନିଷ୍ଠ ଯନ୍ତ୍ରୀ ବିନୋଦ ବେହେରା ବୋଲି ସୂଚନା ମିଳିଛି । କୋକସରା ପୁଲିସ ମୋଟେର ଫାଣ୍ଡି ଅଧିକାରୀ ମନୋରଞ୍ଜନ ଆଚାର୍ଯ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି । ସୂଚନାଯୋଗ୍ୟ, ଗତ କିଛି ଦିନ ତଳେ ଜାତୀୟ ରାଜପଥ ୨୬ର ବନମାଳୀପୁର ନିକଟରରେ ଠିଆ ହୋଇଥିବା ଏକ ଟ୍ରକରେ ଜଣେ ପୁଲିସ ଅଧିକାରୀ ପିଟି ହୋଇ ମୃତ୍ୟୁ ବରଣ କରିଥିବାବେଳେ ଆଜି ସକାଳୁ ପୁଣି ଟ୍ରକରେ ପିଟି ହୋଇ ଆଉ ଜଣଙ୍କ ଜୀବନ ଯାଇଛି । ତେଣୁ ରାସ୍ତା କଡରେ ଠିଆହୋଇଥିବା ଥିବା ଟ୍ରକ ମାନଙ୍କ ଉପରେ ବିଭାଗୀୟ କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ନେବା ସହ ପାର୍କିଙ୍ଗ ବ୍ୟବସ୍ଥା କରିବା ପାଇଁ ଦାବୀ ହେଉଛି ।

jittmm
Leave A Reply

Your email address will not be published.