oum

ଭାରସାମ୍ୟ ହରାଇ ବ୍ରିଜ ବାଡ଼ା ଭାଙ୍ଗି କେନାଲକୁ ଖସିଲା ବସ୍‌, ୨ ମୃତ, ୩୦ ଗୁରୁତର

jsm

ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ପଞ୍ଚୁବଟି ନିକଟରେ ଗତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଭାରସାମ୍ୟ ହରାଇ ଏକ ଟୁରିଷ୍ଟ ବସ୍‌ ବ୍ରିଜ ତଳକୁ ଖସି ପଡ଼ିବାରୁ ଘଟଣାସ୍ଥଳରେ ୨ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ବସ୍‌ରେ ଥିବା ପ୍ରାୟ ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଗୁରୁତର ହୋଇଛନ୍ତି । ସୂଚନା ଅନୁସାରେ, କେନ୍ଦ୍ରାପଡା ଜିଲ୍ଲା ଇଛାପୁର ଗାଁରୁ ୪୩ ଜଣ ସମ୍ବଲପୁର ଓ ବଲାଙ୍ଗିର ଜିଲ୍ଲା ବୁଲିବା ପାଇଁ ଯାଇଥିଲେ । ଗତ ରାତିରେ ବସ୍‌ଟି ୫୫ନଂ ଜାତୀୟ ରାଜପଥ ସିମିନଈ ପଞ୍ଚୁବଟି ନିକଟରେ ଏକ ବ୍ରିଜ ଅତିକ୍ରମ କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ବସ୍‌ଟି ବ୍ରିଜ ଉପରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ବ୍ରିଜ ସାଇଟ ବାଡା ଭାଙ୍ଗି କେନାଲକୁ ଖସି ପଡ଼ିଥିଲା । ଘଟଣାସ୍ଥଳରେ ହିଁ କେନ୍ଦ୍ରାପଡା ଇଛାପୁର ଗାଁର ରେଣୁବାଳା ଜେନା ଓ ବିଜୟଲକ୍ଷ୍ମୀ ସ୍ୱାଇଁଙ୍କ ମୃତ୍ୟୁ ହୋଇଛି ।

Leave A Reply

Your email address will not be published.