ଭାରସାମ୍ୟ ହରାଇ ଦୋକାନ ଭିତରେ ପଶିଗଲା ଟ୍ରକ, ୩ ଗୁରୁତର

କୋରାପୁଟ : କୋରାପୁଟ ସହର ମାଉସୀ ମା’ ଛକରେ ଏକ ଦୋକାନ ଭିତରକୁ ଏକ ଟ୍ରକ ପଶି ଯାଇଥିବା ଖବର ମିଳିଛି । ରାୟଗଡ଼ା ପଟୁ ଆସୁଥିବା ଟ୍ରକ ଭାରସାମ୍ୟ ହରାଇ ଦୋକାନ ଭିତରେ ପଶିଯାଇଥିଲା । ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ହୋଇଥିବାରୁ ଦୋକାନ ବନ୍ଦ ଥିଲା । ତେବେ ଟ୍ରକ ମଧ୍ୟରେ ଥିବା ୩ ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲକୁ ପଠାଯାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.