
ବଲାଙ୍ଗିର, (କେପିଏନ୍ଏସ୍) : କଳାହାଣ୍ଡି ଜିଲ୍ଲା ପୁଟି ଗ୍ରାମର ଯୋଗବନ୍ଧୁ ସାହୁ ନିଜ କ୍ଷେତରେ କାମ କରୁଥିବା ବେଳେ ଏକ ଅଜଣା ସାପ ତାଙ୍କ ହାତରେ କାମୁଡି ଦେଇଥିବା ସେ ଜାଣିବାକୁ ପାଇଥିଲେ । ପରେ ହାତଟି ଫୁଲିବାରେ ଲାଗିଥିଲା ଏହା ପରେ ସେ କର୍ଲାମୁଣ୍ଡା ହସ୍ପିଟାଲକୁ ଯାଇ ପ୍ରାଥମିକ ଚିକିତ୍ସା କରାଇଥିଲେ । ସେଠାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ବଲାଙ୍ଗିର ଭୀମଭୋଇ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ଏବେ ସେ ଉତ୍ତମ ଚିକିତ୍ସା ପାଇଁ ମେଡିସିନ୍ ୱାର୍ଡରେ ଭର୍ତ୍ତି ହୋଇଥିବା ଜଣାପଡିଛି ।