ରାସ୍ତାକଡ଼ରେ ଧକ୍କା ହେଲା କାର୍ : ୧ ମୃତ ୩ ଗୁରୁତର

ଜଳେଶ୍ଵର : ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥର ଗାନ୍ଧିଛକ ଠାରେ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଆଲୁମିନିୟମ ସେପ୍ଟି ବାଡ଼କୁ ଧକ୍କା ଦେଲା କାର୍ । ଘଟଣାସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଗୁରୁତର ହୋଇଥିବା ଜଣାପଡିଛି । ସୂଚନାନୁଯାୟୀ, ଆଜି ସକାଳେ ୬ ଜଣ ଯାତ୍ରୀଙ୍କୁ ନେଇ ଏକ କାର୍ କଲିକତାରୁ ଭୁବନେଶ୍ଵର ଅଭିମୁଖେ ଯାଉଥିବା ବେଳେ ଗାନ୍ଧିଛକ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଆଲୁମିନିୟମ ସେଫ୍ଟି ବାଡ଼କୁ ଧକ୍କା ଦେଇଛି । ଗାଡିର ତୀବ୍ର ଗତିରେ ଯାଉଥିବା ଯୋଗୁଁ ସେଫ୍ଟି ବାଡ଼ଟି କାର୍ ଭିତରକୁ ପଶି ଯାଇଛି । ଫଳରେ ଘଟଣାସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ବାଲେଶ୍ଵର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଖବର ପାଇ ବସ୍ତା ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।

Leave A Reply

Your email address will not be published.