ରାୟଗଡା ଜିଲ୍ଲାର ଗୁମା ଘାଟିରେ ସଡ଼କ ଦୁର୍ଘଟଣା ୨ ଜଣ ଆହତ : ଜଣେ ଗୁରୁତର

ରାୟଗଡା, (ଅକ୍ଷୟ କୁମାର ପିଡ଼ିସିକା) : ଜୟପୁରରୁ ଗୋଟିଏ ପରିବାର ନିଜ ଗାଁ ଆସ୍କାକୁ କାର ଯୋଗେ ଯାଉଥିବା ବେଳେ ଗୁମା ଘାଟିରେ କାରଟି ଓଲଟି ପଡିଥିଲା, ଯାହାଫଳରେ ଗୋଟିଏ ପରିବାରର ୪ ଜଣ ଗୁରୁତର ଅବସ୍ଥାରେ ପଡ଼ି ରହିଥିଲେ । କାରଟି ଭାର ସାମ୍ୟହରାଇ ଦୁର୍ଘଟଣା ହୋଇଥିଲା । ଦୁର୍ଘଟଣା ଘଟିବା ପରେ ପରିବାରର ରାୟଗଡ଼ାରେ ରହୁଥିବା କିଛି ସମ୍ପର୍କୀୟଙ୍କ ଦ୍ୱାରା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସିଥିଲେ । କାରରେ ଗୋଟିଏ ପରିବାରର ୪ ଜଣ ଥିଲେ । ସେଥି ମଧ୍ୟରୁ ମିନତୀ ସାହୁ ବୟସ ୪୭ ଗୁରୁତର ହୋଇଛନ୍‌ନ୍ତି । ମିନତୀ ସାହୁ ଗୁରୁତର ଅବସ୍ଥାରେ ଥିବାରୁ ଡକ୍ଟର ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ଚିକିତ୍ସାଳୟକୁ ପଠାଇଛନ୍ତି ।

Leave A Reply

Your email address will not be published.