ବାରହା ସହ ସ୍କୁଟି ଧକ୍କାରେ ଗୁରୁତର ମହିଳାଙ୍କ ମୃତ୍ୟୁ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ଗଙ୍ଗାପୁର ଗ୍ରାମର ଝୁନୁ ରାଉଳ । ଗତ ଡ଼ିସେମ୍ବର ୭ ତାରିଖ ରବିବାର ରାତ୍ର ୯ ଘଣ୍ଟା ୩୦ ମିନଟ୍ ସମୟରେ ଝୁନୁ ରାଉଳ ରାୟଗଡ଼ା ସ୍ଥିତ ନିଜ ଭଉଣୀ ନିକଟକୁ ଯିବା ପାଇଁ ବାହାରିଥିଲେ । ସୂଚନା ଥାଉକି, ଛତ୍ରପୁର ରେଲୱେ ଷ୍ଟେସନ ଯିବା ପାଇଁ ବାହାରିଥିବା ସମୟରେ ଛତ୍ରପୁର ନିକଟ ପୋଡାପଦର ଗ୍ରାମ ପୋଖରୀ ନିକଟରେ ଏକ ବାରହା ସହ ତାଙ୍କ ସ୍କୁଟି ଧକ୍କା ହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଘଟଣାସ୍ଥଳରେ ଗୁରୁତର ଆହତ ସ୍କୁଟି ଆରୋହୀ ଏବଂ ଝୁନୁ ଉଭୟଙ୍କୁ ଗଞ୍ଜାମ ପୋଲିସ୍ ପେଟ୍ରୋଲିଂରେ ଯାଉଥିବା ଗାଡ଼ି ଠିକ୍ ଏହି ସମୟରେ ଯାଉଥିବା ବେଳେ ଦୁର୍ଘଟଣା ଦେଖି ଉଭୟଙ୍କୁ ନିଜ ପୋଲିସ ଗାଡ଼ିରେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ପହଞ୍ଚାଇ ଥିଲେ । ଝୁନୁଙ୍କ ଅବସ୍ଥା ଗୁରୁତର ହୋଇଥିବାରୁ ଡାକ୍ତର ତାଙ୍କୁ ବ୍ରହ୍ମପୁର ପଠାଇଥିଲେ । କିନ୍ତୁ ବ୍ରହ୍ମପୁରରେ ମଧ୍ୟ ଅବସ୍ଥା ସଙ୍କଟାପନ୍ନ ହୋଇଥିବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଥିଲା । ଭୁବନେଶ୍ୱର ହାଇଟେକ୍ ହସ୍ପିଟାଲରେ ୨ଦିନ ଚିକିତ୍ସାଧିନ ଅବସ୍ଥାରେ ଉକ୍ତ ମହିଳାଙ୍କର ଅପରେସନ ପରେ ଗତ ୧୦ ତାରିଖରେ ମୃତ୍ୟୁ ଘଟିଥିଲା । ହିଂସ୍ର ଜନ୍ତୁ ବାରାହମାନଙ୍କ ଦୌରାତ୍ମ୍ୟ ଯୋଗୁଁ ଏଭଳି ଅନେକ ସାଧାରଣ ଜନତାଙ୍କ ଜୀବନ ଯାଉଛି । ମୃତ ମହିଳାଙ୍କ ନିମନ୍ତେ ସରକାରୀ କ୍ଷତିପୂରଣ ଅର୍ଥ ପ୍ରଦାନ କରିବାକୁ ତାଙ୍କ ପରିବାର ବର୍ଗ ଦାବୀ କରିଛନ୍ତି ।

Leave A Reply

Your email address will not be published.