ବାଇକ୍‌କୁ ଧକ୍କା ଦେଲା ସରକାରୀ ବସ : ୩ ଗୁରୁତର

ଅନୁଗୁଳ : ଅନୁଗୁଳ ସଦର ଥାନା ଅନ୍ତର୍ଗତ ବୃନ୍ଦାବନ ହୋଟେଲ ନିକଟରେ ଏକ ସରକାରୀ ବସ ବାଇକ୍‌କୁ ଧକ୍କା ଦେଇଛି । ଏହି ଦୁର୍ଘଟଣାରେ ସ୍ୱାମୀ ସ୍ତ୍ରୀଙ୍କ ସମେତ ୩ ଜଣ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଗୁରୁତରମାନେ ହେଲେ ରାଇଝରଣ ସିତିରାସାହିର ବୈଷ୍ଣବ ନାଏକଙ୍କ ପୁଅ ଚଣ୍ଡାଳ ନାଏକ (୪୦ ବର୍ଷ), ରାଜା ବେହେରାଙ୍କ ପୁଅ କାଳିଆ ବେହେରା (୧୯ବର୍ଷ) ଏବଂ ଚଣ୍ଡାଳ ନାଏକଙ୍କ ସ୍ତ୍ରୀ ଦୁତୀ ନାଏକ । ସୂଚନା ମୁତାବକ, ତିନି ଜଣ ଗୋଟିଏ ବାଇକରେ ଉଗି ଗାଁକୁ ଯାଉଥିବା ବେଳେ ଏକ ସରକାରୀ ବସ ଉକ୍ତ ବାଇକ୍‌କୁ ଧକ୍କା ଦେଇଥିଲା । ଯାହା ଫଳରେ ତିନି ଜଣ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଦୁଇଜଣଙ୍କୁ ପୁଲିସ ଉଦ୍ଧାର କରି ପିସିଆର ଗାଡ଼ିରେ ଆଣିଥିବା ବେଳେ ଜଣେ ଅଟୋ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ପୁଲିସ ପହଞ୍ଚି ସମସ୍ତ ଆହତଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା । ତେବେ ଏହି ଦୁର୍ଘଟଣାରେ ୩ ଜଣଙ୍କ ଗୋଡ଼ ଭାଙ୍ଗିଥିବା ବେଳେ ସମସ୍ତଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣା ପରେ ବସ୍‌ ଚାଳକ ସଦର ଥାନାରେ ଗାଡି ସହ ଆତ୍ମସମର୍ପଣ କରିଥିବା ସଦର ଥାନା ଆଇଆଇସି ସୂଚନା ଦେଇଛନ୍ତି ।

jittmm
Leave A Reply

Your email address will not be published.