oom

ଅଟୋ ଓଲଟି ଚାଳକ ଗୁରୁତର

jsmm

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ଓଲଟିଲା ଅଟୋ । ଚାଳକ ଗୁରୁତର । ଘଟଣାଟି ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ସାରିକିମାହା ପଞ୍ଚାୟତ ଗେରେଙ୍ଗାଗୁଡା ଗ୍ରାମର ବୋଲି ଜଣାପଡ଼ିଛି । ଅଟୋରେ ଫେରୁଥିବା ବେଳେ ରାୟଗଡ଼ା, କନ୍ଧମାଳ ଜିଲ୍ଲା ସୀମାନ୍ତ ପଣସପଦର ନିକଟସ୍ଥ ଏକ ବୁଲାଣି ରାସ୍ତାରେ ଅଟୋ ଓଲଟି ପଡ଼ିଥିବା ଦେଖିବାକୁ ମିଳିଛି । ଅଟୋ ଓଲଟି ପଡିବାରୁ ଚାଳକଙ୍କ ଗୋଡ଼ ଭାଙ୍ଗି ଯାଇଥିବା ବେଳେ ଅବସ୍ଥା ଗୁରୁତର ଥିବା ଦେଖିବାକୁ ମିଳିଛି । ଅଟୋ ଚାଳକ ଜଣକ ଗେରେଙ୍ଗାଗୁଡା ଗ୍ରାମର ଜଳେନ୍ଦ୍ର ବିଭାର(୩୦)ବୋଲି ସୂଚନା ମିଳିଛି । ଗତକାଲି ଅଟୋ ଖରାପ ହେବାରୁ କୋଟଗଡ଼ ଗ୍ୟାରେଜକୁ ନେଇଥିଲେ । ଅଟୋ ଟି ସମ୍ପୂର୍ଣ୍ଣ ତିଆରି ନହେବାରୁ ଆଉ ଏକ ଅଟୋ ଧରି ଫେରୁଥିବା ସମୟରେ ଅଟୋର ଷ୍ଟୟରିଙ୍ଗ୍ କାମ ନକରିବାରୁ ଅଟୋ ଟି ରାସ୍ତା ବୁଲାଣି ହେଇଥିବାରୁ ବିପରୀତ ଦିଗକୁ ଓଲଟି ପଡିଥିଲା । ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ପହଞ୍ଚି ଆମ୍ବୁଲାନ୍ସ ଯୋଗାଯୋଗ କରି ମୁନିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇ ଥିଲେ ।

jittmm
Leave A Reply

Your email address will not be published.