1234

ବିଷାକ୍ତ ଛତୁଖାଇ ଗୋଟିଏ ପରିବାରର : ୩ ଗୁରୁତର

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ବିଷାକ୍ତ ଛତୁଖାଇ ଗୋଟିଏ ପରିବାରର ୩ ଗୁରୁତର । ଗୁରୁତରମାନେ ହେଲେ ରାମି ପେରିସିକା, ସିର୍ଦ୍ଧାଥ ପେରିସିକା, ଶିଶୁ ଦିଲ୍ଲୀପ ପେରିସିକା(୩) । ଏଭଳି ଘଟଣା ଦେଖିବାକୁ ମିଳିଛି କଲ୍ୟାଣସିଂହପୁର ବ୍ଲକ ସେରିଗୁମା ପଞ୍ଚାୟତର ତୁମ୍ବିତରାଇ ଗାଁରେ । ଗତକାଲି ଏହି ପରିବାର ଜଙ୍ଗଲକୁ ଯାଇ ଫେରିବା ବେଳେ ବାଟରେ ଛତୁ ଦେଖି ଗୋଟାଇ ଆଣିଥିଲେ । ଉକ୍ତ ଛତୁକୁ ରୋଷେଇ କରି ଖାଇବା ପରେ କିଛିସମୟ ପରେ ପେଟ ବ୍ୟଥା ହେବା ସହ ବାନ୍ତି ହୋଇଥିଲା । ୩ ଜଣଙ୍କୁ ପରିବାର ଲୋକ ଦେଖି ଆମ୍ବୁଲାନ୍ସକୁ ଯୋଗାଯାଗ କରି ଗତରାତି ସମୟରେ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଚିକିତ୍ସା ପରେ ବର୍ତ୍ତମାନ ସମସ୍ତେ ସୁସ୍ଥ ହୋଇ ନିଜ ଘରକୁ ଫେରିଥିବାର ଜଣାପଡ଼ିଛି ।

Leave A Reply

Your email address will not be published.