
ସଇଁତଲା, (ଖୁସିରାଣୀ ସାହୁ) : ସଇଁତଲା ଥାନା ଜାତୀୟ ରାଜପଥ ୨୬ ବରଗାଁ ଲାଂଥ ନଦୀ ବ୍ରିଜରେ ବାଇକ ଓ ଆର୍ଟିକା ଗାଡ଼ି ମୁହାଁମୁହିଁ ଧକ୍କା । ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ ଆରୋହୀଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଗୁରୁତର ବ୍ୟକ୍ତିଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରିନାହିଁ । ସୂଚନା ମତେ ଆର୍ଟିଗା ଗାଡ଼ି ଭୁବନେଶ୍ୱରରୁ ଭବାନୀପାଟଣା ଯାଉଥିବା ବେଳେ କଳାହାଣ୍ଡିରୁ ସଇଁତଲାକୁ ଆସୁ ଥିବା ବାଇକ ଆରୋହୀଙ୍କୁ ଆର୍ଟିଗା ଗାଡ଼ି ଦ୍ରୁତ ଗତିରେ ଆସି ଧକ୍କା ଦେଇଥିଲା । ଫଳରେ ବାଇକ ଆରୋହୀ ଗୁରୁତର ହୋଇପଡ଼ିଥିଲେ । ଅନ୍ୟପଟେ ଘଟଣା ସ୍ଥଳରେ ସଇଁତଲା ପୋଲିସ ପହଁଞ୍ଚି ଆର୍ଟିଗା ଗାଡିକୁ ଜବତ କରି ଅଧିକ ତଦନ୍ତ କରୁଥିବା ଜଣାପଡ଼ିଛି ।
