centurian jitm

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍ : ସ୍ତ୍ରୀ ମୃତ ସ୍ଵାମୀ ଗୁରୁତର

ନୂଆପଡ଼ା : ନୂଆପଡ଼ା ଏକତା ଛକରେ ଦୁର୍ଘଟଣା । ଟ୍ରାଫିକ୍ ସିଗନାଲ୍ ଅତିକ୍ରମ କରିବା ବେଳେ ବାଇକ୍‌କୁ ଧକ୍କା ଦେଲା ଟ୍ରକ୍ । ସ୍ତ୍ରୀ ମୃତ ସ୍ଵାମୀ ଗୁରୁତର । ମୃତକ ଜଣଙ୍କ ହେଉଛନ୍ତି କୋମନା ଥାନା ରେଙ୍ଗାବାହାଲ ଗାଁର ରୁକ୍ମଣୀ ସାହୁ । ସେପଟେ ସ୍ଵାମୀ ଛବିଲାଲ ସାହୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି । ସୂଚନାନୁଯାୟୀ, ମଙ୍ଗଳବାର ସକାଳ ୯ଟାରେ କୋମନା ଥାନା ରେଙ୍ଗାବାହାଲ ଗାଁର ଛବିଲାଲ ଓ ସ୍ତ୍ରୀ ରୁକ୍ମଣୀ ଏକ ବାଇକ୍ ଯୋଗେ ଖରିଆରରୋଡ଼ ପଟେ ଯାଉଥିଲେ । ନୂଆପଡ଼ା ଏକତା ଛକରେ ଟ୍ରାଫିକ୍ ସିଗନାଲ ଅତିକ୍ରମ କରିବା ବେଳେ ଏକ ଟ୍ରକ୍ ବାଇକ୍‌କୁ ପଛପଟୁ ଧକ୍କା ଦେଇଥିଲା । ଫଳରେ ରୁକ୍ମଣୀ ଗାଡିରୁ ଛିଟକି ପଡିଥିଲେ । ତାଙ୍କ ମୁଣ୍ଡ ଉପରେ ଟ୍ରକ୍ ଚଢି ଯାଇଥିଲା । ଘଟଣାସ୍ଥଳରେ ରୁକ୍ମଣୀଙ୍କ ମୃତ୍ୟୁ ହୋଇଥିଲା । ସେପଟେ ସ୍ଵାମୀ ଛବିଲାଲ ସାହୁ ଗୁରୁତର ହୋଇଥିଲେ । ନୂଆପଡ଼ା ଆଇଆଇସି ଗଙ୍ଗାଧର ମେହେର ଘଟଣା ସ୍ଥଳରେ ପହଞ୍ଚି ଛବିଲାଲଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ରୁକ୍ମଣୀଙ୍କ ଶବ ବ୍ୟଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି । ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୁଲିସ ସୂଚନା ଦେଇଛି ।

Leave A Reply

Your email address will not be published.