
କାଣ୍ଟାବାଞ୍ଜି, (କେପିଏନ୍ଏସ୍) : ବାଇକ୍କୁ ଧକ୍କା ଦେଲା ବସ୍ ବାଇକ ଆରୋହୀ ଗୁରୁତର । ସୂଚନା ଯୋଗ୍ୟ ଯେ, ଆଜି ସକାଳ ପ୍ରାୟ ୬.୩୦ ସମୟରେ କାଣ୍ଟାବାଞ୍ଜି କୁକୁଡ଼ା ହାଡ ଛକରେ ଏକ ଘରୋଇ ସ୍କୁଲ୍ ବସ ବାଇକ୍ ଆରୋହୀଙ୍କୁ ଧକ୍କା ଦେଇଥିଲା । ଫଳରେ ବାଇକ ଆରୋହୀ ଗୁରୁତର ହୋଇଯାଇଥିବା ବେଲେ ବାଇକ୍ ଆରୋହୀକୁ ଧକ୍କା ଦେଇ ଫେରାର ମାରୁଥିବା ବେଳେ ସ୍କୁଲ ବସ୍ରୁ ଛାତ୍ରୀ ପଡି ଗୁରୁତର ହୋଇଯାଇଥିଲେ । ବାଇକ୍ ଅରୋହୀ ଚଉଳସୁଖା ଗ୍ରାମର ମକାରୁ ମେହେର ଓ ଶିଶୁ ବିଦ୍ୟା ମନ୍ଦିରର ଅଷ୍ଟମ ଶ୍ରେଣୀ ଛାତ୍ରୀ ମିତାଳୀ ସିଂ ଉଭୟ ଏହି ଦୁର୍ଘଟଣାରେ ଗୁରୁତର ହୋଇଯାଇଥିବା ବେଳେ ଉଭୟଙ୍କୁ ବଲାଙ୍ଗିର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି ।