ସ୍କୁଲ ଛାତ୍ରୀଙ୍କୁ ଧକ୍କା ଦେଲା ଅଟୋ : ଛାତ୍ରୀ ଗୁରୁତର

ଆନନ୍ଦପୁର : ସ୍କୁଲ ଛାତ୍ରୀଙ୍କୁ ଧକ୍କା ଦେଲା ଅଟୋ । ଆନନ୍ଦପୁର ଥାନା ଅନ୍ତର୍ଗତ ପଦ୍ମପୁର ଗାଁ ରାସ୍ତାରେ ଏଭଳି ଘଟଣା ଘଟିଛି । ଦୁର୍ଘଟଣାରେ ଗୁରୁତର ଜଣକ ହେଲେ ଆନନ୍ଦପୁର ସରକାରୀ ବାଳିକା ବିଦ୍ୟାଳୟର ୮ମ ଶ୍ରେଣୀରେ ପଢୁଥିବା ଛାତ୍ରୀ ଲିଜାରାଣୀ ସାହୁ । ସୂଚନା ଅନୁସାରେ, ଲିଜାରାଣୀ ସ୍କୁଲ ଯିବା ସମୟରେ ଏକ ଅଟୋ ତାଙ୍କୁ ପଛପଟୁ ଧକ୍କା ଦେଇଥିଲା । ଏହା ଦେଖି ସ୍ଥାନୀୟଲୋକେ ତାଙ୍କୁ ତୁରନ୍ତ ଆନନ୍ଦପୁର ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ସ୍ଥାନୀୟଲୋକେ ଘଟଣା ସମ୍ବନ୍ଧରେ ପୋଲିସକୁ ମଧ୍ୟ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ଆନନ୍ଦପୁର ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.