ଗଣେଶ ମୂର୍ତ୍ତି ଭସାଣୀ ବେଳେ ଛୁରାମାଡ଼ : ଜଶେ ମୃତ, ୩ ଗୁରୁତର

ଆଠଗଡ଼ : ଗଣେଶ ମୂର୍ତ୍ତି ଭସାଣୀ ବେଳେ ଛୁରାମାଡ଼, ଜଣେ ମୃତ । କଟକ ଜିଲ୍ଲା ଖୁଣ୍ଟୁଣୀ ଥାନା ଧୁରୁସିଆ ଗାଁରେ ଗଣେଶ ମୂର୍ତ୍ତି ଭସାଣି ବେଳେ ଘଟିଛି ଏହି ଅଘଟଣ । ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ଛୁରାମାଡ଼ ହୋଇଛି । ଆଉ ୩ ଜଣଙ୍କ ଅବସ୍ଥା ଗୁରୁତର । ସୂଚନା ଅନୁସାରେ, ବିଳମ୍ବିତ ରାତିରେ ଗୋପାଳ ସାହି ଓ ଧୁରୁସିଆ ଗାଁରେ ଗଣେଶ ମୂର୍ତ୍ତି ଭସାଣି ହେଉଥିଲା ଏହି ସମୟରେ ୨ ଗାଁର ପିଲା ମୁହାଁମୁହିଁ ହୋଇଥିଲେ । ପରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏହି ବଚସା ଉଗ୍ର ରୂପ ନେଇଛି । ଉଭୟ ଗୋଷ୍ଠୀ ମଧ୍ୟରେ ଛୁରା ଓ ଭୁଜାଲି ଆକ୍ରମଣ ହୋଇଥିଲା । ପୁଲିସ ପହଞ୍ଚିବା ପରେ ଉତ୍ତେଜନା ଥମିନଥିଲା । ପୁଲିସ ଏହି ଘଟଣାରେ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ଓ ଘଟଣାର ତଦନ୍ତ କରୁଛି ।

Leave A Reply

Your email address will not be published.