ସାପ କାମୁଡାରେ ୩ ଭଉଣୀ ମୃତ : ବାପା ଗୁରୁତର

ବୌଦ୍ଧ : ବୌଦ୍ଧ ଆଦର୍ଶ ଥାନା ବଘିଆପଡ଼ା ଫାଣ୍ଡି ଚେରୁଆପାଲି ଗାଁରେ ଅଭାବନୀୟ ଘଟଣା । ଶୋଇଥିବା ବେଳେ ସାପ କାମୁଡାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ, ରାତିରେ ଖାଇ ସାରି ଶୋଇଥିଲେ । ଏହି ସମୟରେ ହଠାତ୍‌ ଏକ ସାପ ଆସି କାମୁଡିଥିଲା । ଯେଉଁଥିରେ ୩ ଭଉଣୀଙ୍କର ମୃତ୍ୟୁ ହୋଇଥିବା ବେଳେ ବାପା ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ବାପା ସୈଲେନ୍ଦ୍ର ମଲ୍ଲିକଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା, ସେଠାରେ ପ୍ରାଥମିକ ଚିକିତ୍ସା ପରେ ବୁର୍ଲା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ମୃତକ ୩ ଭଉଣୀ ହେଲେ ସୁଧିରେଖା ମଲ୍ଲିକ (୧୪), ସୁଭରେଖା ମଲ୍ଲିକ (୧୨), ସୁରଭି ମଲ୍ଲିକ (୩) ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.

error: Content is protected !!