ଶୋଇଥିବା ବେଳେ ଭୁଶୁଡିଲା କାନ୍ଥ : ପୁଅ ମୃତ, ମା’ବାପା ଗୁରୁତର

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ବାଇବାଲି ଗାଁ ତୋଟାସାହିରେ ଘଡିଛି ଅଭାବନୀୟ ଘଟଣା । ଘରେ ଶୋଇଥିବା ସମୟରେ ଭୁଶୁଡିଲା କାନ୍ଥ । ଯେଉଁଥିରେ ଜଣେ ଅଢେଇ ବର୍ଷ ଶିଶୁ ପୁତ୍ରର ମୃତ୍ୟୁ ହୋଇଛି । ବାପା ଏବଂ ମା’ ଗୁରୁତର । ଖବର ଅନୁଯାୟୀ, ଶନିବାର ରାତି ତମାମ ଅତିପ୍ରବଳ ବର୍ଷା ହେବାରୁ ମାଟି କାନ୍ଥଟି ବତୁରି ଯିବା ଦ୍ୱାରା ଭୁଶୁଡିଛି । ମା’ ବାପା ଓ ଶିଶୁ ଏକାଠି ଶୋଇଥିବା ବେଳେ ଘଟିଥିଲା ଏଭଳି ଅଘଟଣ । ପରିବାର ଲୋକେ ଉଦ୍ଧାର କରି ସମସ୍ତଙ୍କୁ ଭଞ୍ଜନଗର ମେଡ଼ିକାଲରେ ଭର୍ତ୍ତି କରିଛନ୍ତି । ସେଠାରେ ଡାକ୍ତର ଶିଶୁ ପୁତ୍ରକୁ ମୃତ ଘୋଷଣା କରିଥିବା ବେଳେ ବାପା ଓ ମା’ର ଚିକିତ୍ସା ଚାଲିଛି । ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି ।

Leave A Reply

Your email address will not be published.